ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୦ରେ ସଡ଼କ ଦୁର୍ଘଟଣାରେ ୪୭୩୮ ଲୋକ ପ୍ରାଣ ହରାଇଛନ୍ତି। ଏନ୍ସିଆର୍ବି ୨୦୨୦ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ତେବେ ୨୦୧୯ ତୁଳନାରେ ୨୦୨୦ରେ ମୃତକଙ୍କ ସଂଖ୍ୟା କମିଛି। ୨୦୧୯ରେ ୫୧୯୨ଟି ସଡ଼କ ଦୁର୍ଘଟଣାରେ ୫୩୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ରେ ୪୫୪୬ଟି ଦୁର୍ଘଟଣାରେ ୪୭୩୮ ଜଣ ପ୍ରାଣ ହରାଇଛନ୍ତି। ୨୦୨୦ରେ ଦେଶରେ ସମୁଦାୟ ୧,୨୦,୧୭୬ ସଡ଼କ ଦୁର୍ଘଟଣାରୁ ୧,୩୩,୭୧୫ଙ୍କ ଜୀବନ ଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ମୁତାବକ ୨୦୨୦ରେ ରିପୋର୍ଟରେ ଓଡ଼ିଶାରେ ୩୭୩୫ଟି ‘ହିଟ୍ ଆଣ୍ଡ୍ ରନ୍’ ମାମଲାରେ ୩୮୭୪ ଜଣ ପ୍ରାଣ ହରାଇଛନ୍ତି। ୨୦୧୯ରେ ଓଡ଼ିଶାରେ ୪୩୭୪ଟି ‘ହିଟ୍ ଆଣ୍ଡ ରନ୍’ ଘଟଣାରେ ୪୩୯୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ତୁଳନାରେ ୨୦୨୦ରେ ‘ହିଟ୍ ଆଣ୍ଡ୍ ରନ୍’ ଘଟଣା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଘଟିଛି।
୨୦୨୦ରେ ସଡ଼କ ଦୁର୍ଘଟଣାରେ ୪୭୩୮ ଜଣଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/09/KDP-ACCIDENT-FILE-PHOTO_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)