ଦେଶରେ ଗତକାଲି ଅପେକ୍ଷା କମିଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା: ଦିନକରେ ୪୮,୬୬୧ ଆକ୍ରାନ୍ତ ଚିହ୍ନଟ; ୭୦୫ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଜୁଲାଇ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧,୩୮୫,୫୨୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୮୫୫୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୨୦୬୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮,୬୬୧  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୮୮୨ ରହିଛି। ୨୪ ଘଣ୍ଟାରେ ୭୦୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗତକାଲିର ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦେଖିବାକୁ ଗଲେ, ଆଜିର ସଂଖ୍ୟା କମ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୮୫ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୭ ଜଣ, ବିହାରରେ ୨୩୪ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୯ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୦୬ଜଣ, ଗୋଆରେ ୩୩ଜଣ, ଗୁଜରାଟରେ ୨୩୦୦ଜଣ, ହରିୟାଣାରେ ୩୮୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୩୦୫ଜଣ, ଝାଡ଼ଖଣ୍ଡରେ ୮୨ଜଣ, କର୍ଣ୍ଣାଟକରେ ୧୭୯୬ଜଣ, କେରଳରେ ୫୯ଜଣ, ଲଦାଖରେ ୩ ଜଣ, ମଧ୍ୟପ୍ରଦେଶରେ ୭୯୯ଜଣ, ମହାରାଷ୍ଟ୍ରରେ ୧୩୩୮୯ ଜଣ, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୩୦ଜଣ, ପୁଦ୍ଦୁଚେରୀରେ ୩୮ଜଣ, ପଞ୍ଜାବରେ ୨୯୧ଜଣ, ରାଜସ୍ଥାନରେ ୬୧୩ଜଣ, ତାମିଲନାଡୁରେ ୩୪୦୯ଜଣ, ତେଲେଙ୍ଗାନାରେ ୪୫୫ଜଣ, ତ୍ରିପୁରାରେ ୧୧ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୩୮୭ଜଣ ଏବଂ ପଶ୍ଚମବଙ୍ଗରେ ୧୩୩୨ଜଣ ।

zeenews

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୨୯୦, ଆନ୍ଧ୍ରପ୍ରଦେଶ ୮୮୬୭୧, ଅରୁଣାଚଳ ପ୍ରଦେଶ (୧୧୨୬), ଆସାମ (୩୧୦୮୬), ବିହାର (୩୬୬୦୪), ଚଣ୍ଡିଗଡ଼ (୮୫୨), ଛତିଶଗଡ଼ (୭୦୮୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୮୬୦), ଦିଲ୍ଲୀ (୧୨୯୫୩୧), ଗୋଆ (୪୬୮୬), ଗୁଜରାଟ (୫୪୬୨୬), ହରିୟାଣା (୩୦୫୩୮), ହିମାଚଳ ପ୍ରଦେଶ (୨୦୪୯), ଜମ୍ମୁ ଓ କଶ୍ମୀର (୧୭୩୦୫), ଝାଡ଼ଖଣ୍ଡ (୭୮୩୬) କର୍ଣ୍ଣାଟକ (୯୦୯୪୨), କେରଳ (୧୮୦୯୮), ଲଦାଖ (୧୨୭୬), ମଧ୍ୟପ୍ରଦେଶ (୨୬୯୨୬), ମହାରାଷ୍ଟ୍ର (୩୬୬୩୬୮), ମଣିପୁର (୨୧୭୬), ମେଘାଳୟ (୬୪୬), ମିଜୋରାମ (୩୬୧), ନାଗାଲାଣ୍ଡ (୧୨୮୯), ଓଡ଼ିଶା (୨୪୦୧୩), ପୁଦ୍ଦୁଚେରୀ (୨୬୫୪), ପଞ୍ଜାବ (୧୨୬୮୪), ରାଜସ୍ଥାନ (୩୫୨୯୮), ସିକିମ୍ (୪୯୯), ତାମିଲନାଡୁ (୨୦୬୭୩୭), ତେଲେଙ୍ଗାନା (୫୨୪୬୬), ତ୍ରିପୁରା (୩୮୬୨), ଉତ୍ତରାଖଣ୍ଡ (୫୯୬୧), ଉତ୍ତରପ୍ରଦେଶ (୬୩୭୪୨) ଓ ପଶ୍ଚିମବଙ୍ଗ (୫୬୩୭୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୭୬), ଆନ୍ଧ୍ରପ୍ରଦେଶ (୪୩୨୫୫), ଅରୁଣାଚଳ ପ୍ରଦେଶ (୪୨୮), ଆସାମ (୨୩୦୫୫), ବିହାର (୨୪୦୫୩), ଚଣ୍ଡିଗଡ଼ (୫୫୫), ଛତିଶଗଡ଼ (୪୬୮୩), ଦାଦର ନଗର ହାୱେଲି (୫୩୦), ଦିଲ୍ଲୀ (୧୧୩୦୬୮), ଗୋଆ (୩୦୪୭), ଗୁଜରାଟ (୩୯୬୩୧), ହରିୟାଣା (୨୩୬୫୪), ହିମାଚଳ ପ୍ରଦେଶ (୧୧୭୩), ଜମ୍ମୁ ଓ କଶ୍ମୀର (୯୫୧୭), ଝାଡ଼ଖଣ୍ଡ (୩୪୨୫), କର୍ଣ୍ଣାଟକ (୩୩୭୫୦), କେରଳ (୮୬୧୧), ଲଦାଖ (୧୦୫୭), ମଧ୍ୟପ୍ରଦେଶ (୧୮୪୮୮), ମହାରାଷ୍ଟ୍ର (୨୦୭୧୯୪), ମଣିପୁର (୧୫୨୪), ମେଘାଳୟ (୯୪), ମିଜୋରାମ (୧୮୩) ନାଗାଲାଣ୍ଡ୍ (୫୪୧), ଓଡ଼ିଶା (୧୫୯୨୯), ପୁଦ୍ଦୁଚେରୀ (୧୫୬୧), ପଞ୍ଜାବ (୮୨୯୭), ରାଜସ୍ଥାନ (୨୫୩୦୬ ), ସିକିମ୍ (୧୪୨), ତାମିଲନାଡୁ (୧୫୧୦୫୫), ତେଲେଙ୍ଗାନା (୪୦୩୩୪), ତ୍ରିପୁରା (୨୨୦୯), ଉତ୍ତରାଖଣ୍ଡ (୩୪୯୫), ଉତ୍ତରପ୍ରଦେଶ (୩୯୯୦୩) ଓ ପଶ୍ଚିମବଙ୍ଗ (୩୫୬୫୪) ।

ସମ୍ବନ୍ଧିତ ଖବର