ନିଉଜିଲାଣ୍ଡ ମସ୍‌ଜିଦ୍‌ ଗୁଳିକାଣ୍ଡ: ୪୯ ନିହତ, ୨୦ ଆହତ

କ୍ରାଏଷ୍ଟ୍‍ଚର୍ଚ: ଶୁକ୍ରବାର ଦିନ ନିଉଜିଲାଣ୍ଡ୍‌ର କ୍ରାଏଷ୍ଟ୍‍ଚର୍ଚ ଅନ୍ତର୍ଗତ ଦୁଇଟି ମସ୍‌ଜିଦ୍‌ରେ ହୋଇଥିବା ଗୁଳି ଚାଳନା ଯୋଗୁଁ ଅନ୍ୟୂନ ୪୯ ଜଣ ଲୋକ ନିହତ ହୋଇଛନ୍ତି ଓ ୨୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଗଣମାଧ୍ୟମ ସୂଚନା ଅନୁସାରେ, ଅନ୍ୟୂନ ୨୦ଟି ଗୁଳି ଫୁଟିଛି । ଅଷ୍ଟ୍ରେଲିଆର ପ୍ରାଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି ଯେ ବନ୍ଧୁକଧାରୀ ଆତତାୟୀଜଣକ ତାଙ୍କ ଦେଶର ନାଗରିକ। ସେ ଜଣେ ଚରମପନ୍ଥୀ, ଦକ୍ଷିଣ-ପନ୍ଥୀ, ଉଗ୍ର ଆତଙ୍କବାଦୀ। ସେ ଏହି ଅମାନବୀୟ ଘଟନାକୁ ନିନ୍ଦା କରିଛନ୍ତି।

କ୍ରିକେଟ୍‌ ଖେଳାଳି ତାମିମ୍‌ ଇକ୍‌ବଲ୍‌ ଖାଁ ଟୁଇଟ୍‌ କରିଛନ୍ତି: ସକ୍ରିୟ ବନ୍ଧୁକ ଚାଳକଙ୍କ ହାବୁଡ଼ରୁ ସମଗ୍ର ଦଳ ବର୍ତ୍ତିଯାଇଛି!!! ଦେହ ଶୀତେଇ ଯିବା ପରି ଅନୁଭୂତି। ଆମ ପାଇଁ ପ୍ରାର୍ଥନା କରନ୍ତୁ।

ନିଉଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ଏହି ଗୁଳିକାଣ୍ଡକୁ ନିନ୍ଦା କରିଛନ୍ତି ଓ ଆଜିର ଦିନଟିକୁ ଭୀଷଣ କଳା ଦିବସ ବୋଲି ଘୋଷଣା କରିଛନ୍ତି।

ଚାରିଜଣ ସନ୍ଦିଗ୍ଧଙ୍କୁ ପୁଲିସ ହାଜତକୁ ନେଇଛି। ସେଥିରେ ଜଣେ ମହିଳା ଓ ତିନି ଜଣ ପୁରୁଷ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ବିପଦ ହଟି ଯାଇଛି ବୋଲି ଭାବନ୍ତୁ ନାହିଁ ବୋଲି କହିଛନ୍ତି ପୁଲିସ କମିସନର୍‌ ମାଇକ୍‌ ବୁସ୍‌।

ସମ୍ବନ୍ଧିତ ଖବର