୪୯ ଡାକ୍ତର ପଳାତକ ଘୋଷିତ

ଜୟପୁର: ରାଜସ୍ଥାନରେ ଏବେ ୪୯ ଜଣ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପଳାତକ ଘୋଷଣା କରାଯାଇଛି। ଗତ ୩ ବର୍ଷ ହେବ ସେମାନେ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରୁଥିଲେ ଏବଂ ସରକାରୀ କାର୍ଯ୍ୟକଳାପରୁ ଦୂରେଇ ରହୁଥିଲେ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ପଞ୍ଜୀକରଣ ରଦ୍ଦ ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ୪୯ ଡାକ୍ତରଙ୍କ ନାମ ଥିବା ଏକ ତାଲିକା ରାଜସ୍ଥାନ ମେଡିକାଲ ପରିଷଦକୁ ପଠାଇ ଦିଆଯାଇଛି। ସେମାନଙ୍କ ପଞ୍ଜିକରଣ ରଦ୍ଦ ହୋଇଯିବାପରେ ସେମାନେ ଆଇନଗତ ଭାବେ ଆଉ ଡାକ୍ତରୀ କାର୍ଯ୍ୟ କରିପାରିବେନି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ଭିକେ ମାଥୁର କହିଛନ୍ତି। ଏହାଦ୍ବାରା ରାଜ୍ୟର ସ୍ବାସ୍ଥ୍ୟସେବା ପ୍ରଭାବିତ ହେବ ବୋଲି ଆଶଙ୍କା‌ କରାଯାଉଛି।

ସମ୍ବନ୍ଧିତ ଖବର