ଗୋଟିଏ ପରିବାରରେ ୪ ଜଣଙ୍କ ଆତ୍ମହତ୍ୟା

ମୁମ୍ବାଇ : ଏକ ଅଭାବନୀୟ ଘଟଣାକ୍ରମରେ ମୁମ୍ବାଇରେ ଆଜି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଆର୍ଥିକ ସଙ୍କଟର ଭାର ସହିନପାରି ସେମାନେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ବାନ୍ଦ୍ରାର ଏକ ସରକାରୀ କଲୋନିରେ ଗୋଟିଏ ପରିବାରର ବାପା ମା’ ଏବଂ ଦୁଇ ପୁଅ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ଆଜି ଅପରାହ୍ନରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଗତରାତିରୁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ସେମାନଙ୍କ ନିକଟରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର କରିଛି। ଏହି ନୋଟ୍‌ରେ ଦର୍ଶାଯାଇଛି ଯେ ଅତ୍ୟଧିକ ଆର୍ଥିକ ସଙ୍କଟର ଭାର ସହିନପାରି ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ମୃତକମାନେ ହେଉଛନ୍ତି ରାଜେଶ ଭିଙ୍ଗାରେ, ପତ୍ନୀ ଅଶ୍ୱିନୀ ଏବଂ ଦୁଇ ପୁଅ ତୁଷାର ଏବଂ ଗୌରାଙ୍ଗ।

ସମ୍ବନ୍ଧିତ ଖବର