ଆମୋନିଆ ଗ୍ୟାସ୍‌ରେ ୪ ମୃତ

ପଟିଆଲା : ପଞ୍ଜାବ୍‌ର ପଟିଆଲାରେ ଆଜି ଆାମୋନିଆ ଗ୍ୟାସ୍‌ ଲିକ୍‌ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାନୁଯାୟୀ, ରାଜପୁରାର ସମ୍ଭୁ ଅଞ୍ଚଳରେ ଥିବା ହିମାଳୟ ଫ୍ରେସ୍‌ ପ୍ରୋଟିନ ନାମକ ଏକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଏପରି ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି। ଉକ୍ତ କାରଖାନାରେ ଆମୋନିଆ ଗ୍ୟାସ୍‌ ଭର୍ତ୍ତି ହୋଇଥିବା ଏକ ସିଲିଣ୍ଡର କୌଣସି କାରଣରୁ ବିସ୍ଫୋରିତ ହେବାରୁ କାରଖାନାରେ କାମ କରୁଥିବା ଅନେକ କର୍ମଚାରୀ ଓ ଶ୍ରମିକ ଗ୍ୟାସ ସଂସ୍ପର୍ଶରେ ଆସି ଅଚେତ ହୋଇପଡ଼ିଥିଲେ। ତେବେ ବିସ୍ଫୋରଣ ଶବ୍ଦ ଶୁଣି ପାଖ ଗ୍ରାମର ଲୋକେ ଉକ୍ତ କାରଖାନାରେ ପହଞ୍ଚି ଅସୁସ୍ଥମାନଙ୍କୁ ତୁରନ୍ତ ନିକଟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ୪ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଆଉ କିଥଛି ବିପଦ ଆଶଙ୍କାରେ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର