ଗୁଜୁରାଟରେ ସାମୁଦ୍ରିକ ବାତ୍ୟା ତୌତେ ନେଲା ୪ଜୀବନ, ଅହମ୍ମଦାବାଦ ବିମାନବନ୍ଦର ସେବା ଆରମ୍ଭ

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ ଆରମ୍ଭ କରିଥିବା ସାମୁଦ୍ରିକ ବାତ୍ୟା ତୌତେ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ୪ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି | ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅହମ୍ମଦାବାଦ ବିମାନବନ୍ଦର ସେବା ପୁଣି ଥରେ ଆରମ୍ଭ କରିଦିଆଯାଇଛି | ତେବେ ସାମୁଦ୍ରିକ ବାତ୍ୟା ତୌତେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟର କିଛି କିଛି ସ୍ଥାନରେ ଏବେ ବର୍ଷା ଲାଗିରହିଛି |

ବାତ୍ୟା ସହ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୯୦କିଲୋମିଟର ଥିବାରୁ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି | ବଡ ବଡ ଗଛ ଉପୁଡି ପଡିବ ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସାମୁଦ୍ରିକ ବାତ୍ୟା ତୌତେର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

Cyclone Tauktae LIVE Updates: Cyclone Tauktae Makes Landfall In West Coast,  Thousands Evacuated
NDTV.com

ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ ୨୦ଜଣଙ୍କର ଜୀବନ ଯାଇଛି। ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬ ଜଣ ଏବଂ ଗୁଜୁରାଟରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ପାଇଁ ସୁରତ ବିମାନବନ୍ଦରକୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି |

ସମ୍ବନ୍ଧିତ ଖବର