ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଏବେ ହଟାଇଦିଆଯାଇଛି। ଦୀର୍ଘ ୧୮ମାସ ଧରି ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା। ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଛାତ୍ର ଛାତ୍ରୀମାନଙ୍କ ଅନ୍ ଲାଇନ୍ ପାଠପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ପରେ ଆଜି ଜମ୍ମୁ-କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିଦିଆଯାଇଛି। ଏ ନେଇ ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କାନସାଲ ଟୁଇଟ କରି ଜଣାଇଛନ୍ତି।

Advertisment

4G Mobile Internet Being Restored In Jammu And Kashmir After 18 Months ndtv

ଉଲ୍ଲେଖଯୋଗ୍ୟ, ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ୨୫ ଜାନୁଆରି ୨୦୨୦ରେ ଜମ୍ମୁ-କଶ୍ମୀରରେ ୨ଜି ସେବା ଚାଲୁ କରାଯାଇଥିଲା । ଏହାପରେ ୧୬ ଅଗଷ୍ଟ ୨୦୨୦ରେ ଉଦ୍ଧମପୁର ଓ ଗାନ୍ଦରବଲ ଜିଲ୍ଲାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଟ୍ରାଏଲ ବେସିସ୍ ରେ ଆରମ୍ଭ କରାଯାଇଥିଲା, ଯାହା ଏବେ ବି ଚାଲୁ ରହିଛି । ହେଲେ ବାକି ଜିଲ୍ଲାମାନଙ୍କରେ ଏବେ ବି ୨ଜି ମୋବାଇଲ ଇଣ୍ଟରନେଟ୍ ସେବା ବଳବତ୍ତର ରହିଥିଲା ।