ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ମିଳିବ ୪ଜି ମୋବାଇଲ୍‌ ସେବା

ଭୁବନେଶ୍ବର : ସରକାର ସାର୍ବଜନୀନ ସେବା କର୍ତ୍ତବ୍ୟ ପାଣ୍ଠି (ୟୁଏସ୍‌ଓଏଫ) ଓ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସ୍‌ପି)ମାନଙ୍କ ମାଧ୍ୟମରେ ଦେଶର ଗ୍ରାମୀଣ, ଆଦିବାସୀ ଓ ପାହାଡିଆ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ମୋବାଇଲ କଭରେଜ ଯୋଗାଇ ଦେଉଛନ୍ତି। ଏଥିପାଇଁ ୟୁଏସ୍‌ଓଏଫ୍‌ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୫ଟି ରାଜ୍ୟ (ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ମହାରାଷ୍ଟ୍ର)ର ୭୨୮୭ ଗାଁରେ ୪ଜି ମୋବାଇଲ ସେବା ପ୍ରଦାନ କରିବାକୁ ଯୋଜନା ରହିଛି। କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନ ଆଜି ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର