ଏଇଏସ୍‌ ପାଇଁ ‘୪ ଜି’ ଦାୟୀ: ମୁଜାଫରପୁର ସାଂସଦ

ନୂଆଦିଲ୍ଲୀ : ବିହାରରେ ଏଇଏସ୍‌ ଜନିତ ମୃତ୍ୟୁସଂଖ୍ୟା ବଢ଼ୁଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମୁଜାଫରପୁର ସାଂସଦ ଅଜୟ ନିଶାଦ ଆଜି ଏଇଏସ୍‌ ପାଇଁ ୪-ଜି – ‘ଗାଁ, ଗରମ, ଗରିବୀ ଏବଂ ଗନ୍ଦଗୀ (ଅସ୍ବାସ୍ଥ୍ୟକର ପରିବେଶ)କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯଦି ଏହି ୪ଜିର ମୁକାବିଲା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ ହେବ ତେବେ ଏଇଏସ୍‌ଜନିତ ମୃତ୍ୟୁସଂଖ୍ୟ କମିଯିବ। ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୩୫ରେ ପହଞ୍ଚିଥିବା ବେଳେ ନୀତୀଶଙ୍କ ବିରୋଧରେ ବିଭିନ୍ନ ସଂଗଠନ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ନୀତୀଶଙ୍କ ହସ୍ପିଟାଲ ଗସ୍ତ ବେଳେ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର