ନୂଆଦିଲ୍ଲୀ: ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୧୯୮ ଜଣ ଭାରତୀୟଙ୍କୁ ନେଇ ଚତୁର୍ଥ ସ୍ଥାନାନ୍ତର ବିମାନ ରବିବାର ଅପରାହ୍ଣରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ରବିବାର ଅପରାହ୍ଣରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।
ସଂପ୍ରତି ଋଷ ଆରମ୍ଭ କରିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଉକ୍ରାନିଆନ ଆକାଶମାର୍ଗ ବନ୍ଦ ହେବା ପରେ ଭାରତ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ସହିତ ଏହାର ସ୍ଥଳ ସୀମା କ୍ରସିଂ ମାଧ୍ୟମରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରୁଛି।
ବୁଖାରେଷ୍ଟରୁ ୨୧୯ ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ସ୍ଥାନାନ୍ତର ବିମାନ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅବତରଣ କରିଥିଲା। ଏହାପରେ ରବିବାର ସକାଳେ ୨୫୦ ଭାରତୀୟ ନାଗରିକଙ୍କ ସହ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରାୟ ୨୪୦ ଭାରତୀୟଙ୍କ ସହ ଏୟାର ଇଣ୍ଡିଆର ତୃତୀୟ ବିମାନ ମଧ୍ୟ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛି।
ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ୍ରୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ସ୍ଥାନାନ୍ତରଣ ମିଶନକୁ ’ଅପରେସନ୍ ଗଙ୍ଗା’ ନାମରେ ନାମିତ କରା ଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/A1-8.jpg)