ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ଭୋଟ୍‌: ଏହି ସବୁ ହେଭିୱେଟ୍‌ଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ସୋମବାରଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩ଟି ଲୋକସଭା ଆସନରେ ଭୋଟ ପଡ଼ି। ଏହାସହ ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଯିବ।

ଉତ୍ତରପ୍ରଦେଶରେ ମୋଟ ୧୪ ଆସନରେ ଭୋଟ ହେବ। ଏଥିମଧ୍ୟରେ ୨୦୧୯ ନିର୍ବାଚନରେ ବିଜେପି ୧୩ଟି ଆସନରେ ଜିତିଥିଲା । କେବଳ ରାୟବରେଲି ଆସନ କଂଗ୍ରେସ ହାତକୁ ଯାଇଥିଲା । ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଝାଡଖଣ୍ଡରେ ୩, ଓଡ଼ିଶାରେ ୫ଟି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଁଏ ଆସନରେ ଭୋଟ ହେବ। ବର୍ତ୍ତମାନ ସୁଦ୍ଧା ଚାରୋଟି ପର୍ଯ୍ୟାୟରେ ମୋଟ ୩୭୯ ଆସନରେ ଭୋଟ ସରିଲାଣି । ବାକି ଆସନରେ ମେ ୨୦, ମେ ୨୫ ଓ ଜୁନ ପହିଲାରେ ଭୋଟ ଗ୍ରହଣ ହେବ।

ରାହୁଲ ଗାନ୍ଧି:  ରାୟବରେଲିରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ ଗାନ୍ଧି । ରାୟବରେଲିରୁ ସୋନିଆ ଗାନ୍ଧି ନ ଲଢିବା ପରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପୁଅ ରାହୁଲ ଗାନ୍ଧି । ରାହୁଲ କେରଳର ୱାଏନାଡରୁ ବି ନିର୍ବାଚନ ଲଢୁଛନ୍ତି

ସ୍ମତି ଇରାନୀ : ୟୁପିର ଆମେଥିରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ସ୍ମୃତି ରାହୁଲ ଗାନ୍ଧିଙ୍କୁ ହରାଇଥିଲେ । ଏବେ ଏଠାରୁ ରାହୁଲ ଗାନ୍ଧି ଲଢୁନାହାନ୍ତି । ତଥାପି କଂଗ୍ରେସ-ସମାଜବାଦୀ ପାର୍ଟି ମଧ୍ୟରେ ମେଂଟ ହୋଇଥିବାରୁ ଏଠାରେ ସ୍ମୃତି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ।

ରାଜନାଥ ସିଂହ: ଲକ୍ଷେ୍ନøରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି ରାଜନାଥ ସିଂହ । ରାଜନାଥ ସିଂହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି ।

ପୀୟୁଷ ଗୋଏଲ:ମୁମ୍ବାଇ ଉତରରୁ ପ୍ରାର୍ଥୀ ହୋଇଛନ୍ତି ପୀୟୁଷ । ସେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ।

ଓମାର ଅବଦୁଲ୍ଲା: ବାରମୁଲ୍ଲାରୁ ପ୍ରାର୍ଥୀ ହୋଇଛନ୍ତି ଓମାର । ଏଠାରୁ ସେ ନ୍ୟାନନାଲ କନଫରେନସର ପ୍ରାର୍ଥୀ ଭାବେ ଲଢୁଛନ୍ତି ।

ସମ୍ବନ୍ଧିତ ଖବର