ନୂଆଦିଲ୍ଲୀ : ରାଜନେତାଙ୍କ ବିରୋଧରେ ପଡ଼ି ରହିଛି ୪୦୦୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା। ୧୯୯୧ ମସିହାରୁ ପଡ଼ି ରହିଥିବା ଅଧିକାଂଶ ମାମଲାରେ ଏଯାବତ୍ ଚାର୍ଜଫ୍ରେମ୍ ମଧ୍ୟ ହୋଇନି। ୨୬୪ଟି ମାମଲାର ବିଚାର ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ଆଜି ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ତଥ୍ୟଗତ ରିପୋର୍ଟ ଦାଖଲ କରି ଏସବୁ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ଏବଂ ଆଇନଜୀବୀ ସ୍ନେହା ଖଲିତା। ରାଜନେତାଙ୍କ ବିରୋଧରେ ଥିବା ମାମଲା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କୁ ସହଯୋଗ କରିବାପାଇଁ ଆଇନଜୀବୀ ବିଜୟ ହଂସାରିଆ ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ଏବଂ ହାଇକୋର୍ଟରୁ ସଂଗୃହୀତ ତଥ୍ୟକୁ ସେ ଆଜି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।
ଆମିକସ୍ କ୍ୟୁରିଙ୍କ ଦ୍ବାରା ଦାଖଲ ହୋଇଥିବା ତଥ୍ୟ ଆଧାରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ ଏସକେ କୌଲ ଏବଂ କେଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ବିହାର ଏବଂ କେରଳରେ ରାଜନେତାଙ୍କ ବିରୋଧରେ ପଡ଼ିରହିଥିବା ମାମଲାରେ ବିଚାର ଆରମ୍ଭ କରିବାପାଇଁ ପ୍ରତି ଜିଲ୍ଲାରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅପରାଧିକ ମାମଲାରେ ସମ୍ପୃକ୍ତ ରାଜନେତାଙ୍କୁ ଆଜୀବନ ଅଯୋଗ୍ୟ ଘୋଷିତ କରିବାପାଇଁ ଜଣେ ଆଇନଜୀବୀ ଏବଂ ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ହୋଇଥିବା ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା।
ନେତାଙ୍କ ବିରୋଧରେ ୪ ହଜାର ମାମଲା:ଅଧିକାଂଶ କ୍ଷେତ୍ରରେ ଚାର୍ଜଫ୍ରେମ୍ ହୋଇନି
ସୁପ୍ରିମ୍ କୋର୍ଟଙ୍କୁ ଆମିକସ୍ କ୍ୟୁରିଙ୍କ ସୂଚନା
/sambad/media/post_attachments/wp-content/uploads/2018/12/Corrupt_Politician_480px.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)