୧୦୧ ସାମ୍ବାଦିକଙ୍କ ପରିବାର ପାଇଁ ୫.୦୫ କୋଟି ମଂଜୁର: ସରକାର

ନୂଆଦିଲ୍ଲୀ : ୨୦୨୦ରୁ ୨୦୨୧ ମଧ୍ୟରେ ଦେଶରେ କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ୍‌ ୧୦୧ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫.୦୫ କୋଟି ଟଙ୍କା ମଂଜୁର ହୋଇଛି। ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାପାଇଁ ସ୍ବିକୃତୀ ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି। ଏକ ପ୍ରଶ୍ନର ଉତ୍ତର ରଖି ପାୱାର କହିଛନ୍ତି, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମୃତ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା‌ ଦେବାପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ୧୦୧ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫.୦୫ କୋଟି ଟଙ୍କାର ଆର୍ଥିକ ସହଯୋଗ ପାଇଁ ମଂଜୁରି ମିଳିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର