ଗୌହାଟୀ: ରିଜିଓନାଲ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍ ସୂଚନା ଅନୁସାରେ, ଆଜି ଆସାମରେ ଭୂମିକମ୍ପ ସଂଘଠିତ ହୋଇ ଯାଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୫. ୧।
ଏହାଦ୍ୱାରା କେହି ମୃତାହତ ହୋଇଥିବା ବା କିଛି କ୍ଷୟ କ୍ଷତି ହୋଇଥିବାର ରିପୋର୍ଟ ହଠାତ୍ ମଳି ପାରି ନାହିଁ।
ସିଲୋନ୍ସ୍ଥିତ ରିଜିଓନାଲ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍ କହିବାନୁସାରେ, ମଧ୍ୟମ ତୀବ୍ରତା ସମ୍ପନ୍ନ ଭୂମିକମ୍ପର କେନ୍ଦ୍ରସ୍ଥଳୀ ହେଉଛି ନାଗାଓନ୍ ଜିଲ୍ଲା ଅନ୍ତର୍ଗତ ଧିଙ୍ଗ୍ ଠାରୁ ୨୨ କିଲୋମିଟର ଦୂରବର୍ତ୍ତୀ ଗୋଟାଏ ସ୍ଥାନ।
ଉତ୍ତରକୁ ୨୬. ୨ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବକୁ ୯୨. ୫ ଦ୍ରାଘିମା ହେଉଛି ଏହାର କେନ୍ଦ୍ରସ୍ଥଳ।