ମେଘାଳୟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁୁଭୂତ

ନୂଆଦିଲ୍ଳୀ: ବୁଧବାର ସକାଳ ୮.୪୫ ମିନିଟ୍‌ ସମୟରେ ମେଘାଳୟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁୁଭୂତ ହୋଇଛି। ଏହି ଭୂକମ୍ପ ମେଘାଳୟରେ ହୋଇଥିବା ବେଳେ ଦାର୍ଜିଲିଂ ଓ କୋଚ୍‌ ବେହାର ପରି କିଛି ଉତ୍ତରବଙ୍ଗ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ରହିଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ମେଘାଳୟର ତୁରା‌ ଅଞ୍ଚଳ। ସୂଚନା ମୁତାବକ ଭୂକମ୍ପର ଲମ୍ବ ୯୦.୨୮ ରହିଥିବା ବେଳେ ଗଭୀରତା ୧୪ କିଲୋମିଟର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର