ନୂଆଦିଲ୍ଲୀ: ବିଶେଷ କରି ଗର୍ଭନିରୋଧକ ବ୍ୟବହାର ଯୋଗୁଁ ୨୦୧୯ ମସିହାରେ ସାଢ଼େ ୫ କୋଟି ଅବାଞ୍ଛିତ ଗର୍ଭଧାରଣ, ୧୮ ଲକ୍ଷ ଅସୁରକ୍ଷିତ ଗର୍ଭପାତ ଏବଂ ୩୦ ହଜାର ମାତୃମୃତ୍ୟୁକୁ ଟାଳି ଦିଆଯାଇପାରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଗତ ସପ୍ତାହରେ ବିଶ୍ବ ଜନସଂଖ୍ୟା ଦିବସ ଉପଲକ୍ଷେ ଏକ ଆଭାସୀ ବୈଠକର ଅଧ୍ୟକ୍ଷତା କରି ସେ ଆହୁରି କହିଛନ୍ତି ଯେ ପରିବାର ନିୟୋଜନ ଯୋଜନାରେ ଉଲ୍ଲେଖନୀୟ ଅର୍ଥବରାଦ ଯୋଗୁଁ ଏପରି ଲକ୍ଷ୍ୟ ହାସଲ ହୋଇପାରିଛି। ଏହି ଅବସରରେ ସେ ପ୍ରଜନନ, ମାତୃତ୍ବ, ନବଜନ୍ମ, ଶିଶୁ, କିଶୋରାବସ୍ଥା ସ୍ବାସ୍ଥ୍ୟ ପ୍ଲସ୍ ପୋଷଣ ସେବା(ଆର୍ଏମ୍ଏନ୍ସିଏଏଚ୍+ଏନ୍) ଯୋଜନାର ସଫଳତା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।
DD Newsଅପରପକ୍ଷେ, ମହାମାରୀ କୋଭିଡ୍ ଯୋଗୁଁ ସାମନା କରିବାକୁ ପଡ଼ୁଥିବା ଆହ୍ବାନ ଯୋଗୁଁ ପ୍ରଜନନ ଭିତ୍ତିକ ସ୍ବାସ୍ଥ୍ୟସେବା ଯୋଗାଇବାର ଗୁରୁତ୍ବ ଉପଲବ୍ଧି କରିବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି। ସେହିପରି ବିଶେଷ କରି ଗରିବ ତଥା ନିଷ୍ପେଷିତ ମହିଳାମାନଙ୍କ ପାଇଁ ପରିବାର ନିୟୋଜନ ଯୋଜନା ମର୍ଯ୍ୟାଦା ଯୋଗାଇଲା ସଦୃଶ ହୋଇଛି ବୋଲି ସେ ଟିପ୍ପଣୀ କରିଛନ୍ତି। ଏହି ଅବସରରେ ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବିକଶିତ ଏବି-ଏଚ୍ଡବ୍ଲ୍ୟୁସି ମୋବାଇଲ୍ ଆପ୍କୁ ଲୋକାର୍ପିତ କରିଥିଲେ। ଏହାଦ୍ବାରା ବାସ୍ତବରେ କେତେ ଜନସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି, ସ୍ବାସ୍ଥ୍ୟସେବା ଲୋଡ଼ିଛନ୍ତି, ଆବଶ୍ୟକ ଔଷଧ ପ୍ରାପ୍ତ ହୋଇଛନ୍ତି, ବିଫଳ ହୋଇଛନ୍ତି ଅବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଅନ୍ୟତ୍ର ସୁପାରିସ ହୋଇଛନ୍ତି-ସେ ସଂକ୍ରାନ୍ତ ଯାବତୀୟ ତଥ୍ୟ ମିଳିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/abortion.jpg)