ଗୁଜୁରାଟର ରାଜକୋଟରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫ 

ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି | ସନ୍ଧ୍ୟା ୮ଟା ୧୩ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଥିବା କହିଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି( ଏନସିଏସ୍) |  ଏନସିଏସ୍ ୱେବସାଇଟ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟଠାରୁ ୧୧୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଥିଲା | ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇନଥିବା ଜଣା ପଡିଛି |

Recent Earthquakes Unlikely to be a Precursor to Major Event in ...
News18.com

ଏନସିଏସ୍ ୱେବସାଇଟରେ ଥିବା ମାନଚିତ୍ର ଅନୁଯାୟୀ, ଜାନୁଆରୀ ୨୬, ୨୦୦୧ରେ ଭୁଜ୍ ଠାରୁ ପ୍ରାୟ ୮୫କିଲୋମିଟର ଦୂରରେ ୭.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା,  ଯେଉଁଥିରେ ୨୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧.୫ ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିଲେ। କିନ୍ତୁ ଆଜି ହୋଇଥିବା ଭୂକମ୍ପରେ ସେଭଳି କିଛି ଘଟିନଥିବା ନେଇ ସୂଚନା ମିଳିଛି | ତେବେ ଗତ ଦୁଇ ମାସ ମଧ୍ୟରେ ଜାତୀୟ ରାଜଧାନୀ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ୧୪ଟି ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଛି | କିଛି ଦିନ ତଳେ ହରିୟାଣାର ରୋହତକରେ ହୋଇଥିବା ୪.୫ ତୀବ୍ରତାର ଭୂକମ୍ପ ସବୁଠାରୁ ଅଧିକ ଥିଲା |

ସମ୍ବନ୍ଧିତ ଖବର