ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ୫. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ପୋର୍ଟବ୍ଲେୟାର୍‌: ବୁଧବାର ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ରିକ୍ଟର୍‌ ସ୍କେଲରେ ୫. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ସକାଳ ପ୍ରାୟ ୬: ୦୯ ସମୟରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଭୂକମ୍ପନ ହୋଇଥିବା କଥା ଜଣାପଡ଼ିଛି।

ମଙ୍ଗଳବାର ପାହାନ୍ତାରେ ନିକୋବର ଦ୍ୱୀପପୁଞ୍ଜରେ ରିକ୍ଟର୍‌ ସ୍କେଲ୍‌ରେ ୪. ୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ଆଣ୍ଡାମାନରେ ଭୂକମ୍ପନ ଅନୁଭୂତ ହୋଇଛି। ରାତି ପ୍ରାୟ ୨: ୦୪ ମିନିଟ୍‌ରେ ଗତକାଲିର ଭୂମିକମ୍ପ ହୋଇଥିଲା। ଭୂଗର୍ଭର ୧୦ କିଲୋମିଟର୍‌ ତଳେ ଥିଲା ଏହାର କେନ୍ଦ୍ରସ୍ଥଳ।

ଏପ୍ରିଲ୍‌ ପହିଲା ସୁଦ୍ଧା ସେ ଅଞ୍ଚଳରେ ମଧ୍ୟମ ଧରଣର ସମୁଦାୟ ୨୦ଟି ଭୂମିକମ୍ପ ହୋଇ ସାରିଲାଣି।

ସମ୍ବନ୍ଧିତ ଖବର