ଜମ୍ମୁ ଓ କଶ୍ମୀରରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ଉତ୍ପତ୍ତିସ୍ଥଳ ତାଜିକିସ୍ତାନରେ

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ ଜମ୍ମୁ ଓ କଶ୍ମୀରରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୂଭୂତ ହୋଇଯାଇଛି। ତିନି ଦିନ ମଧ୍ୟରେ ଏହା ହେଉଛି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସଙ୍ଘଠିତ ହୋଇଥିବା ତୃତୀୟ ଭୂମିକମ୍ପ।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ତାଜିକିସ୍ତାନ ଏବଂ ଭୂଗର୍ଭର ପ୍ରାୟ ୧୦୦ କିଲୋମିଟର୍ ଗଭୀରେ ଏହା ସୃଷ୍ଟି ହୋଇଛି। ଶ୍ରୀନଗର, କିସ୍ତୱାର୍ ଏବଂ ଡୋଡ଼ା ଆଦି ଜିଲ୍ଲା ସମେତ କଶ୍ମୀର ଉପତ୍ୟକାର ଅଧିକାଂଶ ସ୍ଥାନରେ ଏହି ଭୂମିକମ୍ପ ଯୋଗୁଁ ସୃଷ୍ଟ କମ୍ପନ ଅନୁଭୂତ ହୋଇଛି। ଜମ୍ମୁରେ ମଧ୍ୟରେ କମ୍ପନ ଅନୁଭୂତ ହୋଇଥିବା ଖବର ମିଳିଛି।

ସୋମବାର ରାତିରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ୩. ୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା।

ସୋମବାର ରାତିରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ୩. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ସୋମବାର ଦିନ ୧୨: ୫୭ ମିନିଟ୍‌ରେ ଗୁଜରାଟର ରାଜକୋଟର ଉତ୍ତରପଶ୍ଚିମକୁ ପ୍ରାୟ ୮୩ କିଲୋମିଟର ଦୂରରେ ୪. ୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କମ୍ପନ କଚ ଅନ୍ତର୍ଗତ ଭାଚାଉ ଅଞ୍ଚଳରେ ମଧ୍ୟ ଜଣାପଡ଼ିଥିଲା। ମାତ୍ର ପାଞ୍ଚ ମିନିଟ ମଧ୍ୟରେ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା।

 

ସମ୍ବନ୍ଧିତ ଖବର