ନୂଆଦିଲ୍ଲୀ : ମେକ୍ସିକୋ ସହରରେ ଆଜି ପୁଣିଥରେ ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ୫.୯ ତୀବ୍ରତାର ଭୂକମ୍ପ ଆଜି ଦକ୍ଷିଣ ମେକ୍ସିକୋକୁ ଥରାଇ ଦେଇଛି। ତେବେ ପ୍ରାରମ୍ଭିକ ରିପୋର୍ଟରୁ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି। କୌଣସି କ୍ଷୟକ୍ଷତି ମଧ୍ୟ ହୋଇନଥିବା ଜଣାଯାଇଛି। ଓକ୍ସାକା ରାଜ୍ୟର ସାନ୍ତା କାଟାରିନା ମେକୋଆକାନ୍ଠାରୁ ୩୨ କିମି ପୂର୍ବରେ ପାଖାପାଖି ୪୦ କିମି ଗଭୀରତାରେ ଉକ୍ତ ଭୂକମ୍ପର ଉତ୍ପତିସ୍ଥଳ ବୋଲି ଆମେରିକୀୟ ଭୌଗୋଳିକ ସର୍ବେକ୍ଷଣରୁ ଜଣାପଡ଼ିଛି। ତେବେ ଭୁକମ୍ପଟି ଏତେ ଶକ୍ତ ଥିଲା ଯେ ଏହା ମେକ୍ସିକୋ ସହରରେ ମଧ୍ୟ ଭୟ ଖେଳାଇ ଦେଇଥିଲା। କିନ୍ତୁ ଗତ ଶୁକ୍ରବାର ଦିନ ମେକ୍ସିକୋ ସହରରେ ହୋଇଥିବା ୭.୨ ତୀବ୍ରତାର ଭୂକମ୍ପଠାରୁ ଏହା କମ୍ କ୍ଷତିକାରକ ବୋଲି ଜଣାଯାଇଛି। ତେବେ ଲଗାତାର ମେକ୍ସିକୋ ସହରରେ ଭୟଙ୍କର ଭୂକମ୍ପ ସହର ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ଭୂକମ୍ପରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିଲା।
ମେକ୍ସିକୋରେ ୫.୯ ତୀବ୍ରତାର ଭୂକମ୍ପ
/sambad/media/post_attachments/wp-content/uploads/2018/02/people-react-street-mexico-earthquake-alert-city_44b088ea-1552-11e8-80b7-5f600041ef82.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)