ଏୟାର୍ ଇଣ୍ଡିଆର ପାଞ୍ଚଜଣ ପାଇଲଟ୍ କୋଭିଡ୍-୧୯ ଆକ୍ରାନ୍ତ

ମୁମ୍ବାଇ: ଏୟାର୍ ଇଣ୍ଡିଆର ପାଞ୍ଚଜଣ ପାଇଲଟ୍ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ପାଇଲଟ୍‌ମାନେ ନିକଟରେ ଚୀନ୍‌ର ଗୁଆଙ୍ଗଝୌକୁ ଯାଇଥିବା ପଣ୍ୟବାହୀ ବିମାନମାନଙ୍କ ମଧ୍ୟରୁ ଗୋଟିକୁ ଉଡ଼ାଇଥିଲେ।

ଲକ୍‌ଡାଉନ୍ ଆରମ୍ଭ ସମୟରୁ ଏୟାର୍ ଇଣ୍ଡିଆ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ପଣ୍ୟବାହୀ ବିମାନ ଚଳାଉଛି। ଡାକ୍ତରୀ ଉପକରଣ ଆଣିବାକୁ ଏହି ପଣ୍ୟବାହୀ ବିମାନଗୁଡ଼ିକ ମଧ୍ୟରୁ ବୋଇଙ୍ଗ୍ ୭୮୭ ଏପ୍ରିଲ୍ ୧୮ ତାରିଖଦିନ ଦିଲ୍ଲୀରୁ ଗୁଆଙ୍ଗ୍‌ଝୌ ଯାତ୍ରା କରିଥିଲା। ଏହାଛଡ଼ା ଏୟାର୍ ଇଣ୍ଡିଆ ସଙ୍ଘାଇ ଓ ହଂକଂକୁ ଡାକ୍ତରୀ ପଣ୍ୟବାହୀ ବିମାନ ଚଳାଇଥିଲା।

Image Source: India.com

ଏହି ପାଞ୍ଚଜଣ ପାଇଲଟ୍ ଏବେ ମୁମ୍ବାଇରେ ଅଛନ୍ତି। କିନ୍ତୁ, ତାଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ପ୍ରାପ୍ତ ସୂଚନା ଅନୁସାରେ, ପାଇଲଟ୍‌ମାନଙ୍କୁ ଡିୟୁଟିକୁ ଅଣାଯିବା ପୂର୍ବରୁ ବା ବିମାନ ଉଡ଼ାଇବାର ୭୨ ଘଣ୍ଟା ଆଗରୁ କରାଯାଉଥିବା ପ୍ରି-ଫ୍ଲାଇଟ୍ ଟେଷ୍ଟ୍‌ରେ ସେମାନେ କ‌ୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ଏୟାର୍‌ ଇଣ୍ଡିଆର ମୁଖପାତ୍ରଙ୍କ ବିବୃତିକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର