କୃଷ୍ଣମୂର୍ତ୍ତି ବିସର୍ଜନ ବେଳେ ୫ ବାଳକ ଯମୁନାରେ ବୁଡ଼ିଗଲେ

ନୂଆଦିଲ୍ଲୀ: ଦିଲ୍ଲୀ ନଏଡା ଦେଇ ଯାଇଥିବା ଯମୁନା ନଦୀରେ କୃଷ୍ଣମୂର୍ତ୍ତି ବିସର୍ଜନ ବେଳେ ରବିବାର ୫ଜଣ ବାଳକ ବୁଡିଯିବାରୁ ସେମାନଙ୍କ ପ୍ରାଣ ଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ କୃଷ୍ଣ ମୂର୍ତ୍ତିକୁ ନେଇ ୧୭ରୁ ୧୮ ବାଳକ ନଦୀ ପାଖକୁ ଯାଇଥିଲେ।

କିନ୍ତୁ ସେମାନଙ୍କ ଭିତରୁ ୬ଜଣ ମୂର୍ତ୍ତିକୁ ଧରି ନଦୀରେ ପଶିଥିଲେ। ନଦୀର ଗଭୀର ସ୍ରୋତରେ ୫ଜଣ ବୁଡିଯାଇଥିଲେ, ଜଣେ କେବଳ ଉଦ୍ଧାର ହୋଇଛନ୍ତି। ମୃତ ବାଳକଙ୍କ ବୟସ ଆନୁମାନିକ ୧୬ରୁ ୨୦ ବର୍ଷ ଭିତରେ ହେବ। ସମସ୍ତେ ଉତ୍ତରପ୍ରଦେଶର ଗ୍ରେଟେର ନଏଡା ସ୍ଥିତ ସଲାରପୁର ଗ୍ରାମର ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର