ନଏଡା : ଗତକାଲି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ପୁଲିସ ୫ ଜଣ ଚୀନ ନାଗରିକଙ୍କୁ ଅଟକ ରଖିଛି। ସମସ୍ତେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ବ୍ୟବସାୟିକ ଭିସାର ସମୟସୀମା ଶେଷ ହୋଇଯାଇଛି। ସ୍ଥାନୀୟ ଇଣ୍ଟେଲିଜେନ୍ସ୍ ୟୁନିଟ୍ (ଏଲ୍ଆଇୟୁ) ଏ ବାବଦରେ ସୂଚନା ପାଇ ସ୍ଥାନୀୟ ପୁଲିସ ସହାୟତାରେ ଏମାନଙ୍କୁ ଗିରଫ କରି ଦିଲ୍ଲୀର ଡିଟେନ୍ସନ୍ ସେଣ୍ଟରକୁ ପଠାଇଛି। ବିଦେଶୀ ନାଗରିକଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବା ପାଇଁ ତଥା ବେଆଇନ ଭାବେ ରହୁଥିବା ବିଦେଶୀଙ୍କ ପାଇଁ ଏହି ଅଭିଯାନ ଚାଲିଛି। ଏହା ଅଧୀନରେ ଏପର୍ଯ୍ୟନ୍ତ ୫ ଜଣ ଚୀନ୍ ନାଗରିକ, ଜଣେ କୋରିଆ ନାଗରିକ ଏବଂ ୧୮ଜଣ ଆଫ୍ରିକୀୟଙ୍କୁ ଗିରଫ କରାଯାଇ ଏହାର ଯାଞ୍ଚ ଚାଲିଛି।
ନଏଡ଼ାରେ ୫ ଚୀନ ନାଗରିକ ଅଟକ
/sambad/media/post_attachments/wp-content/uploads/2022/03/arrest-22a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)