ୱାସିଂଟନ୍: ଭାରତ ସରକାରଙ୍କ ନେଟ୍ୱାର୍କ ସମେତ ଆମେରିକା ଓ ବିଦେଶରେ ଶତାଧିକ କମ୍ପାନି ଏବଂ ପ୍ରତିଷ୍ଠାନର କମ୍ପ୍ୟୁଟର୍ ହ୍ୟାକିଙ୍ଗ୍ କରିବା ସହ ମୂଲ୍ୟବାନ୍ ସଫ୍ଟୱେର୍ ଡାଟା ଏବଂ ବ୍ୟବସାୟ କୌଶଳ ଚୋରି ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ବିଚାର ବିଭାଗ ପାଞ୍ଚଜଣ ଚୀନ୍ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି।
ଏହି ମାମଲାରେ ବୁଧବାର ଦିନ ଡେପୁଟି ୟୁଏସ୍ ଆଟର୍ଣ୍ଣି ଜେନେରାଲ୍ ଜେଫ୍ରି ରୋଜେନ୍ ତିନୋଟି ଅଭିଯୋଗ ସଂପର୍କରେ ଉଲ୍ଲେଖ କରିଥିଲେ। ସେଥିରୁ ଜଣାପଡ଼ିଛି ଯେ, କମ୍ପ୍ୟୁଟର୍ ହ୍ୟାକିଙ୍ଗ୍ରେ ୫ ଜଣ ଚୀନ୍ ନାଗରିକ ମିଳିତ ଭାବେ ଅଭିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ହ୍ୟାକର୍ଙ୍କୁ ଶିକାର ଯୋଗାଇବା ଏବଂ ହ୍ୟାକିଙ୍ଗ୍ ହୋଇଥିବା ତଥ୍ୟ ବିକ୍ରି କରିବାରେ ସହାୟତା କରୁଥିବା ଦୁଇଜଣ ମାଲେସୀୟ ବ୍ୟକ୍ତିଙ୍କ ଉପରେ ମଧ୍ୟ ଦୋଷାରୋପ କରାଯାଇଛି।
Image Courtesy of The Indian Expressରବିବାର ଦିନ ମାଲେସୀୟ ନାଗରିକମାନଙ୍କୁ ଗିରଫ କରାଯାଇଥିବା ବେଳେ ଚୀନ୍ ନାଗରିକମାନେ ପଳାତକ ଘୋଷିତ ହୋଇଥିବା କଥା ବିଚାର ବିଭାଗ ବିବୃତିରୁ ଜଣାପଡ଼ିଛି।
ଏଥିଲାଗି ରୋଜେନ୍ ଚୀନ୍ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ଚୀନ୍ ନାଗରିକମାନଙ୍କ ଦ୍ବାରା ହେଉଥିବା ବେଆଇନ୍ କମ୍ପ୍ୟୁଟର୍ ଓ ସାଇବର୍ ଆକ୍ରମଣରେ ବାଧା ସୃଷ୍ଟି ଲାଗି ବିଚାର ବିଭାଗ ମିଳୁଥିବା ସମସ୍ତ ଉପକରଣ ବ୍ୟବହାର କରିଛି। ଦୁଃଖର ବିଷୟ, ଚୀନ୍ର କମ୍ୟୁନିଷ୍ଟ୍ ପାର୍ଟି ଅଲଗା ଉପାୟ ଚୟନ କରିଛି। ତାହା ହେଉଛି, ଯେ ପର୍ଯ୍ୟନ୍ତ ସାଇବର୍ ଅପରାଧୀମାନେ ଚୀନ୍ ବାହାରେ କମ୍ପ୍ୟୁଟର୍ ଆକ୍ରମଣ କରି ଚୀନ୍ ଉପକୃତ ହେବାପରି ବୌଦ୍ଧିକ ସମ୍ପତ୍ତି ଚୋରାଇ ଆଣିବେ ସେ ପର୍ଯ୍ୟନ୍ତ ଚୀନ୍କୁ ସାଇବର ଅପରାଧୀଙ୍କ କବଳରୁ ନିରାପଦ ରଖିହେବ।
‘ଏପିଟି୪୧’, ‘ବେରିୟମ୍’, ‘ୱିନ୍ଟି’, ‘ୱିକେଡ୍ ପାଣ୍ଡା’ ଏବଂ ‘ୱିକେଡ୍ ସ୍ପାଇଡର୍’ ଭଳି ଲେବଲ୍ ବ୍ୟବହାର କରି ସିକ୍ୟୁରିଟି ଗବେଷକମାନେ କମ୍ପ୍ୟୁଟର୍ ଆକ୍ରମଣର ସନ୍ଧାନ ପାଇଛନ୍ତି। ଏଭଳି ଆକ୍ରମଣ ଦ୍ବାରା ‘ସୋର୍ସ କୋଡ୍’, ‘ସାର୍ଟିଫିକେଟ୍ ଦସ୍ତଖତ ସଫ୍ଟୱେର୍ କୋଡ୍’, ‘ଗ୍ରାହକମାନଙ୍କ ଆକାଉଣ୍ଟ୍ ତଥ୍ୟ’ ଏବଂ ‘ମୂଲ୍ୟବାନ ବାଣିଜ୍ୟିକ ସୂଚନା ଆଦି ଚୋରାଇ ହେଉଛି ବୋଲି ଗବେଷକମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/chinese-hacker.jpg)