ନୂଆଦିଲ୍ଲୀ: ଲଗାତାର ୨ ଦିନ ଧରି ଦେଶରେ ସଂକ୍ରମଣ ସଂଖ୍ୟା ଉଦବେଗଜନକ ଭାବେ ୯୦ ହଜାରରୁ ଅଧିକ ରହିବାପରେ ଆଜି ୭୫ ହଜାର ସ୍ତରକୁ ଖସିଛି। ଫଳରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୦୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ୮ ଲକ୍ଷ ୮୩ ହଜାର ୬୯୭ ସକ୍ରିୟ ମାମଲା ରହିଛି ଏବଂ ୩୩ ଲକ୍ଷ ୨୩ ହଜାର ୯୫୧ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୭୨ ହଜାର ୭୭୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଏବେ ବି ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୬ ହଜାର ୪୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫଳରେ ଏହି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୩ ହଜାର ୬୪୧ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ମୋଟ୍ ୬ ଲକ୍ଷ ୫୯ ହଜାର ୩୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୨୭ ହଜାର ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପୁଣି ୨,୦୭୭ ନୂଆ ମାମଲା ଚିହ୍ନଟ ହୋଇଛି।
ଦେଶରେ କରୋନା ଟେଷ୍ଟ୍ ୫ କୋଟି ଟପିଯାଇଛି। ଗତ ଜୁଲାଇ ୧ରେ ପ୍ରତି ୧୦ ଲକ୍ଷରେ ୬,୩୯୬ ନମୁନା ପରୀକ୍ଷା ହେଉଥିବାବେଳେ ଏବେ ଏହା ୩୬ ହଜାର ୭୦୩କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁଆରିରେ ଦେଶରେ ଟେଷ୍ଟିଂ ପାଇଁ କେବଳ ଗୋଟିଏ ଲ୍ୟାବ୍ ଥିଲା। କିନ୍ତୁ ଏବେ ଦେଶରେ ୧୬୬୮ ଟେଷ୍ଟିଂ ଲ୍ୟାବ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ଲକ୍ଷ ୯୮ ହଜାର ୬୨୧ ନମୁନା ପରୀକ୍ଷା କରାଯାଇଛି। ଏଯାବତ୍ ମୋଟ୍ ୫ କୋଟି ୬ ଲକ୍ଷ ୫୦ ହଜାର ୧୨୮ ନମୁନା ପରୀକ୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Covid-testing-1-696x392.jpg)