୫ କୋଟି କୃଷକ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୩ୟ କିସ୍ତି ଅର୍ଥ ପାଇନାହାନ୍ତି

ନୂଆଦିଲ୍ଲୀ : ପ୍ରାୟ ୫ କୋଟି କୃଷକ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ-କିଷାନ ସ୍କିମର ୩ୟ କିସ୍ତି ଅର୍ଥ ପାଇନାହାନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି । ଗତ ୨୦୧୮ ଡିସେମ୍ବର ୧ରେ ଆରମ୍ଭ ହୋଇଥିବା ଏହି ସ୍କିମ ଅନୁସାରେ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ୩ଟି କିସ୍ତିରେ ପ୍ରଦାନ କରାଯାଉଛି ।

ମନ୍ତ୍ରାଳୟର ତଥ୍ୟ ଅନୁସାରେ ପ୍ରାୟ ୨ କୋଟି ୫୧ ଲକ୍ଷ କୃଷକ ଏପର୍ଯ୍ୟନ୍ତ ୨ୟ କିସ୍ତି ଅର୍ଥ ଓ ୫ କୋଟି ୧୬ ଲକ୍ଷ କୃଷକ ୩ୟ କିସ୍ତି ଅର୍ଥ ପାଇନାହାନ୍ତି । ଏହି ସ୍କିମ ପାଇଁ ଡିସେମ୍ବର ୨୦୧୮ ଓ ନଭେମ୍ବର ୨୦୧୯ ମଧ୍ୟରେ ପ୍ରାୟ ୯ କୋଟି କୃଷକ ପଂଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୭ କୋଟି ୬୨ ଲକ୍ଷ ବା ୮୪ ପ୍ରତିଶତ କୃଷକ ପ୍ରଥମ କିସ୍ତି ଅର୍ଥ ପାଇଛନ୍ତି । ସେହିପରି ୬ କୋଟି ୫୦ ଲକ୍ଷ ଲୋକ ୨ୟ କିସ୍ତି ଅର୍ଥ ପାଇଛନ୍ତି ଓ ୩ କୋଟି ୮୫ ଲକ୍ଷ ଲୋକ ୩ୟ କିସ୍ତି ପାଇଛନ୍ତି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।
ସରକାର ନୂଆ ବଜେଟରେ କୃଷି, ଜଳସେଚନ ଓ ତତସଂପର୍କିତ କ୍ଷେତ୍ର ପାଇଁ ସେ ମୋଟ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ କରିଛନ୍ତି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କୃଷି ଋଣପ୍ରଦାନ ଲକ୍ଷ୍ୟ ୧୫ ଲକ୍ଷ କୋଟି ରଖାଯାଇଛି ।

ସମ୍ବନ୍ଧିତ ଖବର