କରୋନା ଟିକା ନେଇ ୫ କୋଟି ଟଙ୍କାର ପୁରସ୍କାର ଜିତିଲେ ମହିଳା

ସିଡନୀ: କୋଭିଡ ଟିକା ନେଲେ, ଆଉ ଜିତିଲେ ୫ କୋଟି ଟଙ୍କା ପୁରସ୍କାର | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଏବେ ଜୋରସୋରରେ କୋଭିଡ ଟିକାକରଣ ଚାଲିଛି | ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଅଭିଯାନ ହାତକୁ ନେଇଛନ୍ତି | ତେବେ ଅଷ୍ଟ୍ରେଲିଆରେ ଜଣେ ମହିଳା ଟିକା ପାଇବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଛି। ଅଷ୍ଟ୍ରେଲିଆର ଜଣେ ମହିଳା ଅଷ୍ଟ୍ରେଲିଆର କୋଭିଡ-୧୯ ଟିକା ଲଟେରୀ ଜିତିବା ପରେ ତୁରନ୍ତ କୋଟିପତି ହୋଇଯାଇଛନ୍ତି |

ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ଜୋନ୍ ଝୁ ଗତ ମାସରେ ଏକ ମିଲିୟନ ଡଲାର ଟିକା ଲଟେରୀରେ ଭାଗ ନେଇଥିଲେ। କୋଭିଡ ଟିକାକରଣ ହାର ବୃଦ୍ଧି ପାଇଁ କିଛି ସମାଜସେବୀଙ୍କ ଦ୍ୱାରା ଏହି ଲଟେରୀ ଆୟୋଜନ କରାଯାଇଥିଲା | ପ୍ରାୟ ୨୭ ଲକ୍ଷ ୪୪ ହଜାର ୯୭୪ଜଣ ଏହି ଲଟେରୀ ପାଇଁ ପଞ୍ଜିକରଣ କରିଥିଲେ | ଲଟେରୀର ଅଂଶଗ୍ରହଣକାରୀମାନେ ଅକ୍ଟୋବର ୩୧ ସୁଦ୍ଧା ଅତି କମରେ କୋଭିଡ-୧୯ ଟିକାର ଗୋଟିଏ ଡୋଜ ନେବାର ନିୟମ ଥିଲା |

ଆଉ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଝୁ ଭାଗ୍ୟଶାଳୀ ଡ୍ରରେ ରାତାରାତି କୋଟିପତି ହୋଇଛନ୍ତି । ସେ ୫.୪ କୋଟି ଟଙ୍କାର ଲଟେରୀ ଜିତିଥିବାବେଳେ ଝୁ ଏହାକୁ ବିଶ୍ୱାସ କରିପାରୁନାହାନ୍ତି | ଅକ୍ଟୋବର ଆରମ୍ଭରେ ଏହି ଲଟେରୀ ଆରମ୍ଭ ହେବାପରେ ବହୁ ସଂଖ୍ୟାରେ ଆବେଦନ ପରେ ୱେବସାଇଟ୍ ଅଚଳ ହୋଇଯାଇଥିଲା | ଅବଶ୍ୟ ପରେ ଏହା ପୁଣି ସଚଳ ହୋଇଥିଲା |

ସମ୍ବନ୍ଧିତ ଖବର