ପତ୍ନୀଙ୍କ ପ୍ରେମିକଙ୍କ ପାଇଁ ଛାଡ଼ପତ୍ର: ଆମେରିକୀୟ ଯୁବକଙ୍କୁ ମିଳିଲା ୫ କୋଟି କ୍ଷତିପୂରଣ

ନୂଆଦିଲ୍ଲୀ: ଆମେରିକାର ଉତ୍ତର କ୍ୟା‌ରୋଲିନାରେ କେଭିନ୍‌ ହାୱାର୍ଡ‌୍ ନାମକ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀ ବିବାହର ଦୀର୍ଘ ୧୨ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ। କେଭିନ୍‌ଙ୍କ ପତ୍ନୀ ସବୁବେଳେ ଅଭିଯୋଗ କରନ୍ତି ଯେ କେଭିନ୍‌ ସବୁବେଳେ କାର୍ଯ୍ୟ ବ୍ୟସ୍ତ ରହନ୍ତି ଏବଂ ତାଙ୍କୁ ସମୟ ଦିଅନ୍ତି ନାହିଁ। ସେଥିଲା‌ଗି ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ କେଭିନ୍‌ ପ୍ରକୃତ କାରଣ ଜାଣିବା ପାଇଁ ଏକ ଘରୋଇ ଗୁଇନ୍ଦା ସଂସ୍ଥାର ସହଯୋଗ ଲୋଡ଼ିଥିଲେ। ତଦନ୍ତରୁ ସେ ଜାଣି ପାରିଥିଲେ ଯେ ତାଙ୍କ ପତ୍ନୀଙ୍କର ଅଫିସ୍‌ରେ ଜଣେ ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଯୋଗୁଁ ସେ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତ କଥା କେଭିନ୍‌ ଜାଣିବା ପରେ ଅଦାଲତର ଦ୍ବାରସ୍ଥ ‌ହୋଇଥିଲେ। ଅଦାଲତ କେଭିନ୍‌ଙ୍କୁ କ୍ଷତିପୂରଣ ବାବଦରେ ୫ କୋଟି ଦେବାପାଇଁ ତାଙ୍କ ପତ୍ନୀଙ୍କ ପ୍ରେମିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‌

ସମ୍ବନ୍ଧିତ ଖବର