ତ୍ରିରଙ୍ଗା ସହିତ ୫ କୋଟି ୫୦ ଲକ୍ଷରୁ ଅଧିକ ଲୋକ ପଠାଇଲେ ସେଲଫି

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଛି | ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଏକ ଜନ ଅଭିଯାନରେ ପରିଣତ ହୋଇଥିଲା। ବିଶେଷକରି ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ୱେବସାଇଟରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା | ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ https://harghartiranga.com/ ରେ ତ୍ରିରଙ୍ଗା ସହ ସେଲଫି ଅପଲୋଡ୍ କରିବାକୁ ନିବେଦନ କରିଥିଲେ |

ଆଉ ନିଜ ଘରେ ତ୍ରିରଙ୍ଗା ଲଗାଇ ପ୍ରାୟ ୫କୋଟିରୁ ଅଧିକ ଲୋକ ସେଲ୍ଫି ପଠାଇଥିଲେ | ଶେଷ ଖବର ସୁଦ୍ଧା ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ପ୍ରାୟ ୫ କୋଟି ୬୩ ଲକ୍ଷ ୨୫ ହଜାର ୬୨୪ ଜଣ ସେଲ୍ଫି ଉଠାଇ ଅପଲୋଡ଼ କରିଥିଲେ | ତେବେ ଘରେ ତ୍ରିରଙ୍ଗା ଲଗାଇ ସେଲ୍ଫି ପଠାଇବା ଟ୍ରେଣ୍ଡ କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ରହିନଥିଲା |

ବରଂ ରାଜନେତାଙ୍କଠାରୁ ଆରମ୍ଭ କରି ଖେଳାଳିମାନେ ମଧ୍ୟ ସେଲ୍ଫି ଅପଲୋଡ଼ କରିଥିଲେ | ଏମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ସୁପରଷ୍ଟାର ରଜନୀକାନ୍ତ, ଅନୁପମ ଖେର, ସଚିନ ତେନ୍ଦୁଲକର, ରୋହିତ ଶର୍ମା, ମନୁଶି ଚିଲାର, ସୋନୁ ସୁଦ, ନୀଲ ନିତିନ ମୁକେଶ ପ୍ରମୁଖ ସେଲଫି ଅପଲୋଡ କରିଥିଲେ |

ସମ୍ବନ୍ଧିତ ଖବର