୫ ଦିନରେ ଭାରତରେ କୋଭିଡ୍‌ ମାମଲା ୧୦୨% ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରୁଛି। କରୋନା ଭାଇରସ୍‌ ପରି ଏକ ବିଶାଳ ଯୁଦ୍ଧରେ ଜିତିବା ପାଇଁ ସବୁ ଦେଶ ପ୍ରୟାସ ଜାରି ରଖିଛନ୍ତି। ଭାରତ ବି ଏ ଦିଗରେ ସବୁ ବଳ ଖଟାଇ ଦେଇଛି। ଭାରତରେ ଲଗାତାର ଦୁଇ ଦିନ ଧରି ୫୦୦ରୁ ଅଧିକ ନୂଆ ମାମଲା ଆସିଛି। ଯଦିଓ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, କିନ୍ତୁ ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛି। ଭାରତରେ ପ୍ରତିଦିନ ନୂଆ ମାମଲା ବଢ଼ୁଛି। ମାର୍ଚ୍ଚ ୧୦ରୁ ୨୦ ତାରିଖର ଭାରତରେ କୋଭିଡ୍‌ -୧୯ ମାମଲା ୫୦ରୁ ୧୯୬କୁ ବୃଦ୍ଧି ପାଇଲା। ମାର୍ଚ୍ଚ ୨୫ ବେଳକୁ ଏହା ୬୦୬ରେ ପହଞ୍ଚି ଥିଲା ଏବଂ ମାସର ଶେଷ ତଥା ମାର୍ଚ୍ଚ ୩୧ ସୁଦ୍ଧା ଭାରତରେ କରୋନା ମାମଲା ୧୩୯୭ ଥିଲା। ଭାରତରେ ୧୦୦ରରୁ ୧୦୦୦ ମାମଲା ହେବାପାଇଁ ୧୫ ଦିନ ଲାଗି ଥିବାବେଳେ ମାତ୍ର ୫ ଦିନ ମଧ୍ୟରେ ଏହା ୩୦୦୦ରେ ପହଞ୍ଚିବା ଚିନ୍ତାର କାରଣ ହୋଇଛି। ଲଗାତାର ୨ ଦିନ ଧରି ଭାରତରେ ୫୦୦ରୁ ଅଧିକ ନୂଆ ମାମଲା ସ୍ପଷ୍ଟ ହୋଇଛି। ଗତ ୫ ଦିନ ମଧ୍ୟରେ ଦେଶରେ ଅନେକ ପରିବର୍ତ୍ତନ ହୋଛି। ମାର୍ଚ୍ଚ ୨୯ରୁ ଏପ୍ରିଲ ୨ମଧ୍ୟ‌ରେ କରୋନା ମାମଲା ୧୦୨୪ରୁ ୨୦୬୯କୁ ବୃଦ୍ଧି ପାଇଥିଲା। ଏହି ୫ ଦିନ ମଧ୍ୟରେ ମାମଲା ଦ୍ବିଗୁଣିତ ହେଲା। ୫ ଦିନରେ ଭାରତରେ କୋଭିଡ୍‌ ମାମଲା ୧୦୨ ପ୍ରତିଶତ ବୃଦ୍ଧି ପାଇଛି।

ଭାରତର ପ୍ରଥମ କରୋନା ମାମଲା କେରଳର ଥ୍ରିସୁର୍‌ରୁ ଚିହ୍ନଟ କରାଯାଇଥିଲା। ରୋଗୀ ଜଣଙ୍କ ଉହାନ୍‌ରେ ପଢ଼ୁଥିଲେ। ଉହାନ୍‌ରୁ ଫେରିବାପରେ ତାଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହାର ୪ ଦିନ ମଧ୍ୟରେ କେରଳରେ ଆଉ ୪ଟି ମାମଲା ସ୍ପଷ୍ଟ ହେଲା। ମାର୍ଚ୍ଚ ୨ ରେ ଦିଲ୍ଲୀ ଏବଂ ହାଇଦ୍ରାବାଦ୍‌ରେ ନୂଆ ମାମଲା ସାମ୍ନାକୁ ଆସିଲା। ମାର୍ଚ୍ଚ ୨୫ ସୁଦ୍ଧା ଆଇସିଏମ୍‌ଆର ୨୪,୨୫୪ ଲୋକଙ୍କଠାରୁ ୨୫,୧୪୪ ନମୁନା ପରୀକ୍ଷା କରିଛି।

ସମ୍ବନ୍ଧିତ ଖବର