ଯୁକ୍ତରାଷ୍ଟ୍ର ଆମେରିକା: ବିଜୁଳି ତାରରେ ‘ହଟ୍‌ ଏୟାର୍‌ ବେଲୁନ୍‌’ ବାଜି ୫ ମୃତ

ଆଲ୍‌ବିକୁକି: ଶନିବାର ସକାଳ ୭ଟା ପରେ ଯୁକ୍ତରାଷ୍ଟ୍ର ଆମେରିକାର ନିୟୁ ମେକ୍ସିକୋ ଅନ୍ତର୍ଗତ ଆଲ୍‌ବିକୁକିରେ ଗୋଟାଏ ‘ହଟ୍‌ ଏୟାର୍‌ ବେଲୁନ୍‌’ ବିଜୁଳି ତାରରେ ବାଜି ଯିବାରୁ ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ସହର ପୁଲିସ ବିଭାଗର ଜଣେ କାରାଗାର ପରିବହନ ଅଧିକାରୀଙ୍କର ପିତାମାତା, ଜଣେ ମହିଳା, ଜଣେ ପୁରୁଷ ଓ ‘ହଟ୍‌ ବେଲୁନ୍‌’ର ପାଇଲଟ୍‌।

ସହରର ପୁଲିସ ବିଭାଗ କହିବା ଅନୁସାରେ, ଯାତ୍ରୀମାନେ ବସିଥିବା ବାସ୍କେଟ୍‌ଟି ‘ହଟ୍‌ ଏୟାର୍‌ ବେଲୁନ୍‌’ରୁ ଛିଡ଼ି ତଳେ ଖସି ପଡ଼ିଲା। ପବନ ବାହାରି ଯାଇଥିବା ‘ହଟ୍‌ ବେଲୁନ୍‌’ଟି ତଳେ ପଡ଼ିଯାଇଥିବା କଥା ପ୍ରତ୍ୟେକ୍ଷ ଦର୍ଶୀମାନେ ‌ଦେଖିଥିବା ଟୁଇଟ୍‌ କରିଛନ୍ତି।

Image Courtesy of India Today

ବାସ୍‌କେଟ୍‌ଟି ୩୦ ମିଟର୍‌ ଉପରୁ ଖସି ରାସ୍ତାରେ ପଡ଼ି ପୋଡ଼ିଯାଉଥିବା ବେଳେ ଉପରେ ଉଡୁଥିବା ବେଲ୍‌ନ୍‌ଟି ଅନ୍ୟତ୍ର ପଡ଼ିଥିବା କଥା ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ କହିଛି। ବାସ୍‌କେଟ୍‌ ପଡ଼ିଥିବା ରାସ୍ତାକୁ ଘେରାବନ୍ଦୀ କରାଯାଇଥିଲା।

ଏହି ଦୁର୍ଘଟଣା ଯୋଗୁଁ ହୋଇଥିବା ବିଜୁଳି କାଟ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ୧୩୦୦୦ ଘର ଅନ୍ଧାର ‌ହୋଇଯାଇଥିଲା।

ସମ୍ବନ୍ଧିତ ଖବର