ଭୋପାଳ: ମଧ୍ୟପ୍ରଦେଶରେ ୨ ଫୁଟ୍ ଜମି ପାଇଁ ଗୋଟିଏ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାଗର ଜିଲ୍ଲାରେ ଏହି ଘଟଣା ଘଟିଛି। ମନୋଜ ଆହିରୱାର(୪୫) ଏବଂ ସଂଜୀବ ଆହିରୱାର(୩୫) ହେଉଛନ୍ତି ଦୁଇ ଭାଇ। ସେମାନେ ଭୋପାଳଠାରୁ ୧୫୦ କିମି ଦୂର ବିନା ଟାଉନ୍ରେ ପରିବାର ସହ ରହନ୍ତି। ତେବେ ସେମାନଙ୍କ ଦାଦା ମନୋହର ଆହିରୱାର ତାଙ୍କ ଘର ନିର୍ମାଣ କାର୍ଯ୍ୟ ପାଇଁ ରାସ୍ତା ବାହାର କରିବା ପାଇଁ ସଂଜୀବଙ୍କଠାରୁ ୨ ଫୁଟ୍ ଜାଗା ମାଗିଥିଲେ। ଏହି ମାମଲା ନେଇ ନେଇ ମନୋହର ଏବଂ ସଂଜୀବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ରାତିରେ ମନୋହର ଓ ତାଙ୍କ ଦୁଇ ପୁଅ ସଂଜୀବଙ୍କ ପରିବାର ସଦସ୍ୟଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ସଂଜୀବ, ପତ୍ନୀ ରାଜକୁମାରୀ (୩୦) ଏବଂ ତାଙ୍କର ଦୁଇ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସଂଜୀବଙ୍କ ଦାଦା ତାରାଭାଇଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
୨ ଫୁଟ୍ ଜମି ପାଇଁ ୫ ଜୀବନ ଗଲା
/sambad/media/post_attachments/wp-content/uploads/2019/06/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)