ମୁମ୍ବାଇରେ ପୁଣି ଅଗ୍ନିକାଣ୍ଡ, ୫ ମୃତ

ମୁମ୍ବାଇ : ମୁମ୍ବାଇର ଚେମ୍ବୁର ତିଲକ ନଗରସ୍ଥିତ ସରଗମ୍‌ ଆପାର୍ଟମେଣ୍ଟର ୧୪ତମ ମହଲାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ବୃଦ୍ଧ ମହିଳାଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୮୩ ‌େହାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ବୟସ ହେଉଛି ୭୨। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୁମ୍ବାଇ ଦମକଳ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ମୃତାହତଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରାୟ ୧ ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ତେବେ ନିଆଁର କାରଣ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ୨୩ ଡିସେମ୍ବରରେ କାନ୍ଦିବଲିର ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଅନ୍ଧେରୀ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର