ଚେନ୍ନାଇ/ହାଇଦ୍ରାବାଦ : ତାମିଲନାଡ଼ୁରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡ଼ୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍ଏସ୍ଆର ରାମଚନ୍ଦ୍ରନ କହିଛନ୍ତି, ତିରୁବନ୍ନାମଲାଇରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅରିୟାଲୁର, ଡିଣ୍ଡିଗୁଲ୍ ଏବଂ ଶିବଗଙ୍ଗା ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ୧୨୦ଟି ଘର ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶରେ ବନ୍ୟା ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ୧୬ ଜଣଙ୍କର ପତ୍ତା ମିଳୁନି। ରୟଲସୀମାର ୩ ଜିଲ୍ଲା କଡ଼ପା, ଚିତ୍ତୁର ଏବଂ ଅନନ୍ତପୁର ଏବଂ ନେଲ୍ଲୋର ଜିଲ୍ଲା ନଭେମ୍ବରରେ ଅପ୍ରତ୍ୟାଶିତ ବର୍ଷାଜଳ ଗ୍ରହଣ କରିଛି। ଚଳିତ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ବର୍ଷା ଏବେ ପର୍ଯ୍ୟନ୍ତ ଲାଗି ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp