ଡୋଡା: ଜମ୍ମୁ-କଶ୍ମୀରରେ ଗଭୀର ଖାତକୁ ଖସିଲା ଟେମ୍ପୋ ଟ୍ରାଭେଲର। ଚାଲିଗଲା ୫ଜଣକ ଜୀବନ। ଘଟଣାଟି ଡୋଡାରେ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ୧୭ଜଣ ଆହତ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗାଡ଼ିଟି ଏକ ପାହାଡିଆ ଅଞ୍ଚଳ ଦେଇ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିଲେ, ଯାହା ଫଳରେ ଗାଡ଼ିଟି ରାସ୍ତାରୁ ଓଲଟି ଯାଇ ପାହାଡ଼ ତଳକୁ ଖସି ପଡ଼ିଥିଲା। ଗାଡ଼ିରେ କେତେ ଜଣ ଯାତ୍ରୀ ଥିଲେ ତାହାର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ସ୍ଥାନୀୟ ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାା ବେଳେ ଭଗ୍ନାବଶେଷରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ପୋଷ୍ଟ କରି ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଗତ ସପ୍ତାହରେ, ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ଗାଡ଼ି ରାସ୍ତାରୁ ଖସି ୬୦୦ଫୁଟ ଗଭୀର ଖାତରେ ପଡ଼ିଯିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/15/t-2025-07-15-12-24-00.jpg)