ବାଇକରେ ବସି ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ ୫ଜଣ, ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ  

ଲଖନଉ: ଏକ ବାଇକରେ ୫ ଜଣ ବସି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଯାଇଛି ସମସ୍ତଙ୍କ ଜୀବନ | ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିବା ଗୋଟିଏ ପରିବାରର ସମସ୍ତ ୫ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଛି | ଉତ୍ତରପ୍ରଦେଶର ପ୍ରତାପଗଡରେ ଏହି ଦୁଃଖଦାୟକ ଘଟଣା ଘଟିଛି | କୁହାଯାଉଛି ଯେ ଏକ ଅଜ୍ଞାତ ଗାଡି ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତାପଗଡ଼ର ନବାବଗଞ୍ଜର ବୁଡୁନା ଗାଁର ବାସିନ୍ଦା ରାମସାରାନ୍ ପାଲ୍ (୬୦), ଏକ ବାଇକରେ ତାଙ୍କର ଦୁଇ ପୁଅ, ଭଉଣୀ ଓ ଜଣେ ସମ୍ପର୍କୀୟଙ୍କ ସହ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ଅଜ୍ଞାତ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୃଙ୍ଗଭରପୁର ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ଖବର ପାଇବା ମାତ୍ରେ ବୁଡୁନା ଗାଁରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣା ସମ୍ପର୍କରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ କହିଛି ଯେ ଗୋଟିଏ ବାଇକରେ କ୍ଷମତାଠାରୁ ଅଧିକ ଲୋକ ଆସୁଥିବାରୁ ବୋଧେ ଚାଳକ ଭାରସାମ୍ୟ ହରାଇଥିଲେ | ତେବେ ପୁଲିସ ଏବେ ଅଜ୍ଞାତ ଗାଡିକୁ ଖୋଜୁଛି |

ସମ୍ବନ୍ଧିତ ଖବର