କଣ୍ଟେନର ସହ କାର ଧକ୍କାରେ ଜଳିଗଲେ ୫ ଜଣ ଯାତ୍ରୀ

ଆଗ୍ରା: ମଙ୍ଗଳବାର ଭୋରରେ ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି। ଯମୁନା ଏକ୍ସପ୍ରେସୱେରେ ଏକ କଣ୍ଟେନର ସହିତ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | କୁହାଯାଉଛି ଯେ ନାଗାଲାଣ୍ଡ ନମ୍ବର ଥିବା କଣ୍ଟେନର ଭୁଲ ଦିଗରୁ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକ ଉତ୍ତରପ୍ରଦେଶର ଲଖନଉର ହୋଇଥିବାବେଳେ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ |

ପୁଲିସର ସୂଚନାନୁସାରେ, ସକାଳ ଚାରିଟାରେ ଏହି ଦୁର୍ଘଟଣା ଘଟିଛି। ପୁଲିସର ସୂଚନା ମୁତାବକ ମାରୁତି ଡିଜାଇର କାର ଆଗ୍ରା ଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା | ଆଉ ଯମୁନା ଏକ୍ସପ୍ରେସ ୱେରେ ଏକ କଣ୍ଟେନର ସହ କାରଟି ମୁହାଁମୁହିଁ ଧକ୍କା ହୋଇ ଜଳିଯାଇଥିଲା |

ତେବେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିବା ପୂର୍ବରୁ କାରରେ ବସିଥିବା ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର