ମହାରାଷ୍ଟ୍ରରେ ଭୁଶୁଡିଲା କୋଠା, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ: ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟି ୫ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ମହାରାଷ୍ଟ୍ର ଅମରାବତୀର ପ୍ରଭାତ ସିନେମା ଅଞ୍ଚଳରେ ଏକ କୋଠାଘର ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଟିମ୍ ଓ ଏସଡ଼ିଆରଏଫ(ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ) ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।


ସୂଚନା ଅନୁଯାୟୀ, ପ୍ରଭାତ ଟକିଜ୍ ସିନେମା ଅଞ୍ଚଳରେ ଥିବା କୋଠାଟି ବହୁତ ପୁରୁଣା ହୋଇଥିବାବେଳେ ଆଜି ସନ୍ଧ୍ୟାରେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା | ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ତିନିରୁ ଚାରି ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି | ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ସମ୍ବନ୍ଧିତ ଖବର