ପାଟନା: ବିହାରର ସମସ୍ତିପୁର ଜିଲ୍ଲାରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ସମସ୍ତିପୁର ଜିଲ୍ଲାର ବିଦ୍ୟାପତିନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁଃଖଦାୟକ ଘଟଣା ଘଟିଛି | ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଆତ୍ମହତ୍ୟା ହେତୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ, ମା ଏବଂ ଦୁଇ ସନ୍ତାନ ଅଛନ୍ତି। ରବିବାର ସକାଳେ ଯେତେବେଳେ ଘରୁ କେହି ବାହାରିନଥିଲେ ପଡ଼ୋଶୀମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ |

Advertisment

ଘରେ ଏକ ଫ୍ୟାନରେ ୫ ଜଣ ଝୁଲୁଥିବାର ଦେଖିବାକୁ ପାଇଥିଲେ | କିଛି ଦିନ ଧରି ଆର୍ଥିକ ସମସ୍ୟାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବାରୁ ଏହା ହିଁ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପଡୋଶୀମାନେ କହିଛନ୍ତି । ଏବାବଦରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁଲିସ ଘଟଣାସ୍ଥଳରୁ କୌଣସି ସୁଈସାଇଡ ନୋଟ୍ ପାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ ମନୋଜ ଝା (୪୨), ତାଙ୍କ ପତ୍ନୀ ସୁନ୍ଦରମଣି ଦେବୀ (୩୮), ମାତା ସୀତା ଦେବୀ (୬୫), ପୁଅ ସତ୍ୟମ୍ (୧୦) ଏବଂ ପୁଅ ଶିବମ୍ (୭) ରହିଛନ୍ତି |ତେବେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବାରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।