ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ଅଶଂଗ୍ରହଣ କରି ଜୈସ୍‌ କ୍ୟାମ୍ପକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ୫ ପାଇଲଟଙ୍କୁ ପ୍ରଦାନ କରାଯିବ ବାୟୁ ସେନା ମେଡାଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟ ଠାରେ କରା ଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଂଶଗ୍ରହଣ କରି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପକୁ ବୋମା ମାଡ଼କରି ଧ୍ୱଂସ କରି ଦେଇଥିବା ୫ ଜଣ ଲଢ଼ୁଆ ବିମାନ ପାଇଲଟଙ୍କୁ ସମ୍ମାନଜନକ ବାୟୁ ସେନା ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିବ ଭାରତୀୟ ବାୟୁସେନା।

ଭାରତୀୟ ବାୟୁସେନାର ସମ୍ମାନଜନକ ବାୟୁ ସେନା ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏହି ୫ ଜଣ ଦୁଃସାହାସୀ ପାଇଲଟ ହେଲେ ଓ୍ଵିଙ୍ଗ୍‌ କମାଣ୍ଡର ଅମିତ୍‌ ରଞ୍ଜନ, ସ୍କାର୍ଡନ ଲିଡର ରାହୁଲ ବାସୋୟ, ପଙ୍କଜ ଭୁଜାଦେ, ବିକେଏନ୍‌ ରେଡ୍ଡି ଓ ଶଶାଙ୍କ ସିଂହ। ଏମାନେ ସମସ୍ତେ ହେଉଛନ୍ତି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିରେଜ୍‌- ୨୦୦୦ର ପାଇଲଟ।

ସମ୍ବନ୍ଧିତ ଖବର