ବନ୍ୟାଜଳରେ ଭାସିଗଲା କାର୍‌, ନବବଧୂଙ୍କ ସମେତ ୫ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ବିକାରାବାଦରେ ଲଗାଣ ବର୍ଷା ଓ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତରାତିରେ ବନ୍ୟା ଜଳରେ ଏକ କାର୍‌ ଭାସିଯିବାରୁ ଜଣେ ନବବିବାହିତା ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ରାତିରେ ଲଗାଣ ବର୍ଷା ଯୋଗୁଁ ମାର୍ପାଲି ରାସ୍ତାରେ ପ୍ରଖର ସ୍ରୋତ ଛୁଟିଥିଲା ଏବଂ ଏହାକୁ ପାର ହେଉଥିବା ସମୟରେ ନବ ବିବାହିତ ଦମ୍ପତିଙ୍କ ସମେତ ୭ ଜଣଙ୍କୁ ନେଇ ଯାଉଥିବା କାର୍‌ ଭାସି ଯାଇଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକ କାର୍ କବାଟ ଖୋଲି ବର ନୱାଜ ରେଡ୍ଡୀ ଏବଂ ତାଙ୍କ ଭଉଣୀ ରାଧାମ୍ମାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନଥିଲା। ଆଜି ମତ୍ସ୍ୟଜୀବୀଙ୍କ ସହାୟତାରେ ପୁଲିସ ନବବଧୂ ଓ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର କରିଛି। ନୱାଜ ରେଡ୍ଡୀ ଏବଂ ପ୍ରଭାଲିକା ଗତ ୨୬ ତାରିଖରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର