ନାଇଜେରିଆରେ ୫ ଭାରତୀୟ ଅପହୃତ, ଉଦ୍ଧାର ପାଇଁ ସୁଷମା ସ୍ୱରାଜଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରେ ଜଳଦସ୍ୟୁମାନେ ଏକ ଜାହଜରେ ଥିବା ୫ ଜଣ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି । ଏହି ଘଟଣା ଗତ ମାସ ୧୯ ତାରିଖରେ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନାହିଁ । ସେମାନଙ୍କୁ ନିରାପଦରେ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଲୋକ ଏବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଏହାକୁ ନାଇଜେରିଆ ସରକାରଙ୍କ ନିକଟରେ ଉଠାଇବାକୁ ସେଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଘଟଣାର ଅଗ୍ରଗତି ସଂପର୍କରେ ରିପୋର୍ଟ ଦେବାକୁ କହିଛନ୍ତି ।

ଗତ ଏପ୍ରିଲ ୧୯ରେ ଏମଟି ଆପେକସ ନାମକ ଜାହଜ ନାଇଜେରିଆର ରାଜଧାନୀ ଲାଗୋସରେ ଲଙ୍ଗର ପକାଇଥିବାବେଳେ ସେଥିରେ ଥିବା ୭ ଜଣ କର୍ମଚାରୀଙ୍କୁ ଅପହରଣ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୫ ଭାରତୀୟ ରହିଛନ୍ତି । ଇତି ମଧ୍ୟରେ ୧୭ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ।

ସମ୍ବନ୍ଧିତ ଖବର