ପାଟନାରେ ଏକ ଘରେ ବୋମା ଫୁଟି ୧୦ଜଣ ଆହତ

ପାଟନା: ସୋମବାର ଦିନ ବିହାର ଅନ୍ତର୍ଗତ ପାଟନା ଅଞ୍ଚଳରେ ଏକ ଘରେ ଗୋଟାଏ ବୋମା ବିସ୍ଫୋରଣ ଘଟିବାରୁ ୧୦
ଜଣ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି।

ପାଟନାର ଗାନ୍ଧୀ ମୈଦାନ ଅନ୍ତର୍ଗତ ସଲିମ୍‌ପୁର ଆହରାର ୧ ନମ୍ବର ଗଳିରେ ଥିବା ସେ ଘରେ ବିସ୍ଫୋରଣ ଘଟିଛି। ପ୍ରାଥମିକ ବିବରଣୀ ଅନୁସାରେ, ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସେଥିଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ, କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ।

Image Source: Jagaran English

ପୁଲିସ କହିବା ଅନୁସାରେ, ଘର ଭିତରେ ରଖାଯାଇଥିବା ବୋମା ଫୁଟିଯିବାରୁ ଦୁଇଟି ଘର କ୍ଷତିଗ୍ରସ୍ତ ହେବା ସହ ୧୦
ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ଘଟଣାର ତଦନ୍ତ ଲାଗି ପୁଲିସ ଓ ଫୋରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର