ଅମୃତସର: ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଜଣେ ଯୁବକ ହଠାତ୍ ଲୁହା ପାଇପରେ ଲୋକମାନଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।
ମନ୍ଦିରର କମ୍ୟୁନିଟି ରୋଷେଇ ଘର ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୁରୁ ରାମ ଦାସ ଲଙ୍ଗର ନିକଟରେ ହୋଇଥିବା ଆକ୍ରମଣକୁ ନେଇ ସେଠାରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
ଆହତଙ୍କ ମଧ୍ୟରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି)ର ଦୁଇ ଜଣ ସ୍ୱେଚ୍ଛାସେବୀ ଅଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣେ ଅମୃତସରସ୍ଥିତ ଶ୍ରୀ ଗୁରୁ ରାମ ଦାସଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି ହୋଇଛନ୍ତି। ମନ୍ଦିର ପରିସରରେ ଆକ୍ରମଣକାରୀ ଓ ତାଙ୍କ ସହଯୋଗୀଙ୍କୁ ଲୋକେ କାବୁ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଆକ୍ରମଣ ପୂର୍ବରୁ ଅଭିଯୁକ୍ତମାନେ ଉକ୍ତ ଅଞ୍ଚଳର ସର୍ଭେ ମଧ୍ୟ କରିଥିଲେ ବୋଲି ପୁଲିସ କହିଛି। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଦ୍ୱିତୀୟ ଅଭିଯୁକ୍ତ ଭକ୍ତଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସହ ରେକି କରିଥିବା ଅଭିଯୋଗ ହୋଇଛି।