ନୂଆଦିଲ୍ଲୀ: ରବିବାର ସକାଳେ ବିହାରର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ଆଗ୍ରା-ଲକ୍ଷ୍ନୗ ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ବସଟି ଅନ୍ୟ ଏକ ଗାଡିକୁ ଧକ୍କା ଦେବା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି | ଏହି ଦୁର୍ଘଟଣାରେ ୧୮ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି |
Kannauj: Five people died, at least 18 injured after a private bus hit another vehicle at Agra - Lucknow Expressway this morning. The injured have been taken to a hospital. The bus was going from Bihar's Darbhanga to Delhi when the accident occured. pic.twitter.com/xg6YYFWYTI
— ANI UP (@ANINewsUP) July 19, 2020
ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ କନୌଜ ସୌରୀଖ ନିକଟରେ ବିହାରର ଦରଭଙ୍ଗାରୁ ବାହାରିଥିବା ବସଟି କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା | ଉଦ୍ଧାର କାର୍ଯ୍ୟ ପରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣଙ୍କ ଅବସ୍ଥା ଗୁରୁତର ଅଛି | ଆହତଙ୍କୁ ଉଦ୍ଧାର କରାଯାଇ ସୌରୀଖ ଏବଂ ସାଇଫାଇ ଡାକ୍ତରଖାନାକୁ ପଠାଯାଇଛି ବୋଲି ସୂଚନା ମିଳିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରୁଛି ପୁଲିସ | ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଆଗ୍ରା-ଲଖନଉ ଏକ୍ସପ୍ରେସୱେରେ ବସ ଦୁର୍ଘଟଣାର ଅନେକ ଖବର ସାମ୍ନାକୁ ଆସିଛି |