ପାକିସ୍ତାନ ଅଟା ବଣ୍ଟନ ‌କେନ୍ଦ୍ରରେ ଦଳାଚକଟା; ୫ ମୃତ, ଅନେକ ଆହତ

ଲାହୋର୍‌: ଅଳ୍ପ କିଛି ସପ୍ତାହ ହେବ ପାକିସ୍ତାନର କେତେକ ଅଞ୍ଚଳରେ ଖୋଲିଥିବା ମାଗଣା ଅଟା ବଣ୍ଟନ କେନ୍ଦ୍ରରେ ଦଳଚକଟା ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଅନ୍ୟାନ୍ୟ ସାମଗ୍ରୀ ସମେତ ପ୍ରଧାନ ଖାଦ୍ୟଶସ୍ୟର ଦର ବୃଦ୍ଧି ଯୋଗୁଁ ଅସୁବିଧାରେ ଥିବା ପରିବାରମାନଙ୍କ ପାଇଁ ପାକିସ୍ତାନ ସରକାର ମାଗଣାରେ ଅଟା ଯୋଗାଣ ଯୋଜନା କରିଛନ୍ତି। ବିଶେଷ କରି, ଗତବର୍ଷ ତୁଳନାରେ ଏବର୍ଷ ଅଟା ଦର ୪୫% ଅଧିକ ବୃଦ୍ଧି ପାଇଥିବାରୁ ଗରିବ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ସେପଟେ, ରମ୍‌ଜାନ୍‌ ମାସ ଆରମ୍ଭ ହୋଇଯାଇଥିବାରୁ  ସମଗ୍ର ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଖୋଲିଥିବା ଏହି କେନ୍ଦ୍ରଗୁଡ଼ିକରେ ପ୍ରବଳ ଜନଗହଳି ହେଉଛି।

Image Courtesy of OpIndia

ଦଳାଚକଟା ଯୋଗୁଁ ପୂର୍ବାଞ୍ଚଳ ପଞ୍ଜାବରେ ଖୋଲିଥିବା ବଣ୍ଟନ କେନ୍ଦ୍ରଗୁଡ଼ିକରେ ୨ଜଣ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଦେଶିକ ସୂଚନା ମନ୍ତ୍ରୀ ଅମିର୍‌ ମିର୍‌ ‘ରଏଟର୍ସ’କୁ କହିଛନ୍ତି।

ସେହିଭଳି କେତେକ କେନ୍ଦ୍ରରେ ଅତ୍ୟଧିକ ଭିଡ଼ ହେଉଥିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମହସିନ୍‌ ନକ୍‌ୱି ଆଦେଶ ଦେଇଥିବା କଥା ମିର୍‌କହିଛନ୍ତି।

ଏହାଛଡ଼ା, ପ୍ରଦେଶିକ ଖାଦ୍ୟ କର୍ତ୍ତୃପକ୍ଷଙ୍କ ରେକର୍ଡ ଅନୁସ‌ାରେ, ଗତ ସପ୍ତାହରେ ଖୈବର୍‌ ପଖ୍‌ତୁନ୍‌ଖ୍ବା ପ୍ରଦଶେସ୍ଥିତ ଏକ ବଣ୍ଟନ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବଣ୍ଟନ କେନ୍ଦ୍ରରୁ ହଜାର ହଜାର ଅଟା ବସ୍ତା ମଧ୍ୟ ଚୋରି ହୋଇଯାଉଛି।

ସମ୍ବନ୍ଧିତ ଖବର