ବରଯାତ୍ରୀ ନେଇ ଯାଉଥିବା ପିକଅପ ଭ୍ୟାନ ସହ ଅନ୍ୟ ଏକ ପିକଅପ ଭ୍ୟାନର ଧକ୍କା ହେବା ଫଳରେ ୫ ମୃତ , ୧୨ ଆହତ

ରାୟପୁର: ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବାର ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବିଜାପୁର ଜିଲ୍ଲାର ନେଲସନାର ଥାନା ଅଂଚଳରେ ୬୩ ନମ୍ବର ଜାତୀୟ ରାଜପଥରେ ଏକ ପିକଅପ ଭ୍ୟାନ ବରଯାତ୍ରୀ ନେଇ ବାହାରିଥିଲା। ଏହି ପିକ-ଅପ ଭ୍ୟାନଟି ଅନ୍ୟ ଏକ ପିକ-ଅପ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି। ପିକଅପ ଭ୍ୟାନରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ, ଏବଂ ଦୁଇ ଭ୍ୟାନ୍ ସନ୍ତୁଳନ ହରାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

photo-naidunia

ଏହି ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ୧୨ ଜଣ ଆହତଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଭୋରମଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ବିଧାୟକ ବିକ୍ରମ ଶାହ ଘଟଣାସ୍ଥଳକୁ ଆସିଥିଲେ ଏବଂ ହସ୍ପିଟାଲକୁ ଯାଇ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ସମ୍ବନ୍ଧିତ ଖବର