ଭୁଶୁଡିଲା ନିର୍ମାଣାଧୀନ ଗୋଦାମର କାନ୍ଥ, ୫ ଜଣ ଶ୍ରମିକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଲିପୁରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ିବା କାରଣରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ଏବେ ବି ୯ ଜଣ ଶ୍ରମିକ ଫସିରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି | ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିଲା ସୂଚନା ମୁତାବକ ଉତ୍ତର ଦିଲ୍ଲୀର ଆଲିପୁରରେ ଏକ ଗୋଡାଉନ୍( ଗୋଦାମ) ନିର୍ମାଣ ହେଉଥିଲା, ତେବେ ଆଜି ସକାଳେ ଏହା ହଠାତ ଭୁଶୁଡି ପଡିଥିଲା | ତେବେ କାନ୍ଥ ନିର୍ମାଣ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ |

ଆଉ ଘଟଣାସ୍ଥଳରେ ହିଁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଯାଇଥିଲେ | ​​ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ତାଜା ସୂଚନା ମୁତାବକ ଏବେ ବି କାନ୍ଥ ତଳେ ୯ ଜଣ ଶ୍ରମିକ ଫସିଯାଇଛନ୍ତି | ଗାଜିଆବାଦରେ ଥିବା ଏନଡିଆରଏଫ ଯବାନ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି |

ସମ୍ବନ୍ଧିତ ଖବର