ମଧ୍ୟପ୍ରଦେଶର ନରସିଂହପୁରରେ ଆମ୍ବ ଟ୍ରକ୍ ଓଲଟି ୫ ପ୍ରବାସୀ ଶ୍ରମିକ ମୃତ; ୧୧ ଆହତ

ନରସିଂହପୁର: ଶ୍ରମିକମାନେ ଯାତ୍ରା କରୁଥିବା ଗୋଟାଏ ଟ୍ରକ୍ ଶନିବାର ରାତିରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥ ଗ୍ରାମ ପାଖରେ ଓଲଟି ପଡ଼ିବାରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଏଗାରଜଣ ଶ୍ରମିକ ଆହତ ହୋଇଛନ୍ତି।

ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି।

Image Source: ANI

ନରସିଂହପୁର ଜିଲ୍ଲାପାଳ ଦୀପକ ସାକ୍ସେନା କହିଛନ୍ତି, ଆମ୍ବ ଭର୍ତ୍ତି ହୋଇଥିବା ସେ ‌ଟ୍ରକ୍‌ରେ ସମୁଦାୟ ୧୮ଜଣ ଲୋକ ଯାତ୍ରା କରୁଥିଲେ। ପଥ ଗ୍ରାମ ପାଖରେ ଟ୍ରକ୍‌ଟି ଓଲଟି ପଡ଼ିବାରୁ ପାଞ୍ଚଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଏଗାରଜଣ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ହେଉଛନ୍ତି ଟ୍ରକ୍‌ର ଡ୍ରାଇଭର୍ ଓ ହେଲ୍‌ପର୍।

ଜିଲ୍ଲାପାଳ ସାକ୍‌ସେନା ଆହୁରି କହିଛନ୍ତି ଯେ ଆମ୍ବ ଟ୍ରକ୍‌ରେ ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦରୁ ଉତ୍ତର ପ୍ରଦେଶର ଆଗ୍ରାକୁ ଯାଉଥିଲେ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ସେ ଟ୍ରକ୍‌ରେ ପ୍ରବାସୀ ଶ୍ରମିକମାନେ ମଧ୍ୟପ୍ରଦେଶର ଝାନ୍‌ସୀ ସହରକୁ ଯାଉଥିଲେ।

 

ସମ୍ବନ୍ଧିତ ଖବର